ରାଜସ୍ୱ ଆଦାୟରେ ପରିବହନ ବିଭାଗ ବିଫଳ  

 କେନ୍ଦ୍ରାପଡା : କେନ୍ଦ୍ରାପଡା ତହସିଲ ରାଜସ୍ୱ ଆଦାୟ ରେ ସରକାରଙ୍କ ଦ୍ୱାରା ପ୍ରଦତ ଧାର୍ଯ୍ୟ ଲକ୍ଷ୍ୟ ଛୁଇଁ ନପାରି ବିଫଳ ହୋଇଥିବା ଜଣାପଡିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ବିଭାଗ କେନ୍ଦ୍ରାପଡା ତହସିଲ କୁ ୫କୋଟି ୨୪ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ବିଭିନ୍ନ ଅସୁବିଧା ହେତୁ ତହସିଲ ଏହି ଲକ୍ଷ୍ୟ ପୁରଣ କରି ନପାରି ମାତ୍ର ୪କୋଟି ୬୪ଲକ୍ଷ ଟଙ୍କା ରାଜସ୍ୱ ଅଦାୟ କରିଥିବା ସୂଚନା ମିଳିଛି । ସେହିଭଳି କେନ୍ଦ୍ରାପଡା ଆଂଚଳିକ ପରିବହନ ବିଭାଗ ରାଜସ୍ୱ (ଯାନ ବାହନ ଟିକସ) ଆଦାୟ ରେ ଲକ୍ଷ୍ୟ ପୁରଣ କରିପାରି ନାହିଁ । ବିଭାଗକୁ ୪୨ କୋଟି ଟଙ୍କା ଟିକସ ଆଦାୟ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଇ ଥିବା ବେଳେ ବିଭାଗ ପକ୍ଷରୁ ୩୯ କୋଟି ଟଙ୍କା ଟିକସ ଆଦାୟ କରାଯାଇ ଥିବା ଜଣାପଡିଛି ।