ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

 ବାଲିପାଟଣା : ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ସଭାଗୃହରେ ମହିଳା ସଂଗଠନ ମାନଂକ ମଧ୍ୟରେ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତିର ଏକ ପ୍ରତିଯୋଗିତା ଆୟୋଜିତ  ହୋଇଯାଇଛି । ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୮ ଗୋଟି ମହିଳା ସଂଗଠନ ଏଥିରେ ଯୋଗଦେଇ ନାନାପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏକ ଚୟନ କମିଟି ଗଠନ କରାଯାଇ ଶ୍ରେଷ୍ଠ ଦୁଇଗୋଟି ଅନୁଷ୍ଠାନକୁ ଜିଲ୍ଲାସ୍ତରକୁ ଯିବାକୁ ଯିବାପାଇଁ ମନୋନୀତ କରିଥିଲେ । କାର୍ଯ୍ୟକ୍ରମ ନିର୍ବାହକ ଦିବ୍ୟରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ କଳ୍ପନା ଦାସ, ସାଂସଦଙ୍କ ପ୍ରତିନିଧି ନାରାୟଣ ଖୁଣ୍ଟିଆ, ସିଡ଼ିପିଓ ରୁନୁବାଳା ସାହୁ, ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ଏମ୍ ଆଇ ନେତ୍ରାନନ୍ଦ ବେହେରା, ଏବିଇଓ ଯଶୋଦା ସାହୁ, ପ୍ରଭାତ ଜେନା, ମିଶନ ଶକ୍ତି ସଭାପତି ପଦ୍ମିନୀ ଦାଶ, ରାଜସ ସରପଞ୍ଚ ବାସନ୍ତୀ ନାୟକ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ଯୋଗଦେଇ ଶ୍ରେଷ୍ଠ ବିବେଚିତ ଭାକର ସାହି ଗ୍ରାମର ସାଇ ମହିଳା ସଂଗଠନକୁ ପାଞ୍ଚ ହଜାର ଟଙ୍କା ଏବଂ କୁରୁଞ୍ଜିପୂର୍ ଗ୍ରାମର ମା’ ତାଳେଶ୍ୱରି ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାରି ହଜାର ଟଙ୍କାର ଚେକ୍ ଦେଇ ସମ୍ମାନିତ କରିଥିଲେ ।