ଘରକୁ ସଫଳତା ଆଣିଥାଏ ଏହି ୫ ଫଟୋ

ଘରକୁ ସଫଳତା ଆଣିଥାଏ ଏହି ୫ ଫଟୋ

ଘର ସଜାଇବା ପାଇଁ ଲୋକେ କାନ୍ଥରେ ବିଭିନ୍ନ ସିନେରି ତଥା ଦେବାଦେବୀ କିମ୍ବା ମହାପୁରୁଷଙ୍କ ଫଟୋ ଲଗାଇଥାନ୍ତିି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କାନ୍ଥରେ ଯଦି ଆପଣ ଏହିସବୁ ଫଟୋ ଲଗାଉଛନ୍ତି ତେବେ ସୁଖ-ସମୃଦ୍ଧି ଲାଗି ରହିବା ସହିତ କାର୍ଯ୍ୟରେ ସଫଳତା ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ଫଟୋ ଘରକୁ ସଫଳତା ଆଣିଥାଏ....

  • ଦୌଡୁଥିବା ଧଳା ଘୋଡା : ଘରର କାନ୍ଥରେ ଧଳା ରଙ୍ଗର ଦୌଡୁଥିବା ସାତ ଗୋଟି ଘୋଡାର ଚିତ୍ର ଲଗାଇବା ବେଶ୍‌ ଶୁଭ ହୋଇଥାଏ । ଏହାକୁ ପୂର୍ବ ଦିଗରେ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହାକୁ ବାସ୍ତୁ ଶାସ୍ତ୍ରରେ ସଫଳାତର ପ୍ରତୀକ ବୋଲି କୁହାଯାଏ ।
  • ଶୁଆ : ଯୋଡି ଶୁଆ ଫଟୋ କାନ୍ଥରେ ଟାଙ୍ଗିବା ଖୁବ୍‌ ଶୁଭ । ଏହାକୁ ପିଲାଙ୍କ ପଢ଼ା ଘରେ ଲଗାଇବା ଦ୍ୱାରା ସେମାନଙ୍କର ପାଠପଢ଼ାରେ ମନ ଲାଗି ରହିଥାଏ । 

  • ଖୁସି ପରିବାର : କାନ୍ଥରେ ସୁଖୀ ପରିବାରର ଫଟୋ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଯଦି ଗୃହରେ କ୍ଳେଶ ଦେଖାଯାଉଛି ତେବେ ଘରେ ହସଖୁସି ପରିବାରର ଫଟୋ ଲଗାନ୍ତୁ । ଏହାଦ୍ୱାରା ଘରେ ସର୍ବଦା ହସଖୁସି ଲାଗି ରହିବ ।
  • ହିମାଳୟ ପର୍ବତ : ହିମାଳୟ ପର୍ବତ ଫଟୋ ଦେଖିଲେ ମନରେ ଶାନ୍ତି ଆସିଥାଏ । ବେଡରୁମ୍‌ କିମ୍ବା ଡ୍ରଇଂ ରୁମରେ ଏହି ଫଟୋ ଲଗାଇ ପାରିବେ । ଏହାଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହୋଇଥାଏ ।
  • ମୁନିଋଷିଙ୍କ ଫଟୋ : ମୁନିଋଷିଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ରୋଷେଇ ଘରେ ବାସ୍ତୁ ଦୋଷ ଥିଲେ ଏହାକୁ ଦୂର କରିବା ପାଇଁ ମୁନିଗଣଙ୍କ ଯଜ୍ଞ କରୁଥିବା ଫଟୋ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନରେ ଅନେକ ଖୁସି ଆସିଥାଏ ।