ଭଲ ଲୋକଙ୍କ ସହ ସର୍ବଦା ଖରାପ କାହିଁକି ହୁଏ?

ଭଲ ଲୋକଙ୍କ ସହ ସର୍ବଦା ଖରାପ କାହିଁକି ହୁଏ?

ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ସଖା ଅର୍ଜୁନଙ୍କୁ ଏମିତି ଅନେକ କଥା କହିଛନ୍ତି, ଯାହା ଆମ ପରି ସାଧାରଣ ଲୋକଙ୍କର ପ୍ରତିଦିନ କାମରେ ଲାଗେ। ଆମ ମନରେ ଅଧିକାଂଶ ସମୟରେ ଏପରି ଭାବନା ଆସେ ଯେ ଭଲ ଲୋକଙ୍କ ସହ ସର୍ବଦା ଖରାପ ହୋଇଥାଏ। ଏହି କଥା କେବଳ ଆମ ମନରେ କାହିଁକି, ଅର୍ଜୁନଙ୍କ ମନରେ ହିଁ ଉଠିଥିଲା। ଏପରିକି ସେ ଏହି ପ୍ରଶ୍ନ ତାଙ୍କ ପ୍ରିୟ ସଖା କୃଷ୍ଣଙ୍କୁ ବି ପଚାରିଥିଲେ। ଅଜୁର୍ନ ପଚାରି‌ଥିଲେ, ‘‘ହେ ସଖା, ମୁଁ ଏକଥା ବୁଝି ପାରୁନାହିଁ ଯେ ଭଲ ଲୋକଙ୍କ ସହ ସର୍ବଦା ଖରାପ କାହିଁକି ହୁଏ?’’ 

ଯାହାର ଉତ୍ତରରେ ହସିକରି ଶ୍ରୀକୃଷ୍ଣ କହିଛନ୍ତି, ‘‘ମଣିଷ ଯାହା ଭାବେ, ଯାହା ଚିନ୍ତା କରେ ସେପରି ହୋଇନଥାଏ। ବରଂ ଅଜ୍ଞାନତା ହେତୁ ମଣିଷ ଉଚିତ କଥାକୁ ବୁଝିପାରିନଥାଏ। ଆପଣ ଏକଥା ଭାବିପାରନ୍ତି କି ଭଗବାନ ତୁମ କର୍ମକୁ ଅଣାଦେଖା କରୁଛନ୍ତି। ମାତ୍ର ଏପରି ଆଦୌ ବି ହୋଇନଥାଏ। ଏହି ଜୀବନରେ କିଛି ବି ବ୍ୟର୍ଥ ହୁଏ ନାହିଁ। ଭଗବାନ କେବେ, କେଉଁଠାରେ  ଓ କେଉଁ ରୂପେର ଦିଅନ୍ତି ତାହା ମଣିଷ ବୁଝିପାରନ୍ତି ନାହିଁ।’’

ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଆହୁରି ବି କହୁଛନ୍ତିି ଯେ ‘‘ଆପଣ ଭଲ କର୍ମ କରୁଛନ୍ତି ତ ଭଗବାନଙ୍କ କୃପା ସର୍ବଦା ଆପଣଙ୍କ ଉପରେ ବଜାୟ ରହିବ। କେବେ ବି ଭଲ କର୍ମକୁ ଛାଡ଼ିବା ଉଚିତ ନୁହେଁ। ମଣିଷକୁ କର୍ମର ଫଳ ନିଶ୍ଚୟ ମିଳେ।’’