ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ଗୁଜୁରାତି 

ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ଗୁଜୁରାତି 

ଗୁଜୁରାତି ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର ହୁଏ । ସାଧାରଣତଃ ଗୁଜୁରାତିକୁ ମୁଖବାସ କିମ୍ବା ମସଲା ଭାବେ କରାଯାଏ । କୌଣସି ପ୍ରକାର ଖାଦ୍ୟ ହେଉ ବା ଚା’ରେ ହେଉ ଏହାର ବ୍ୟବହାର କରାଯାଇଥାଏ । କେବଳ ଯେ ସୁଗନ୍ଧ ତାହା ନୁହେଁ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି  । ଏହାର ସେବନ କରିବାର ଅନେକ ଫାଇଦା ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହାର ନିୟମିତ ସେବନରେ ଶରୀର ଉପରେ କୌଣସି ପ୍ରକାର କୁପ୍ରଭାବ ପଡ଼ିନଥାଏ । ବରଂ ଶରୀରକୁ ଅଧିକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେସମ୍ପର୍କରେ....

ପେଟ ପାଇଁ ଗୁଜୁରାତି ବେଶ୍‌ ଭଲ । କାରଣ ଏହା ଗ୍ୟାସ୍‌ ବଦହଜମି ଭଳି ସମସ୍ୟାରୁ ଅନେକାଂଶରେ ମୁକ୍ତି ଦେଇଥାଏ । ଖାଇବା ପରେ ନିୟମିତ ଗୁଜୁରାତି  ଚୋବାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୁଏ । ଯଦି ଆପଣଙ୍କର ହଜମ ସମସ୍ୟା ଅଛି,  ତେବେ ପ୍ରତିଦିନ ସକାଳେ ଗୁଜୁରାତି ଚା’ ପିଇଲେ ଉପକାର ମିଳିଥାଏ । ଗୁଜୁରାତି ଖାଇବା ଫଳରେ ୟୁରିନ୍‌ ଫ୍ଲୋ ଅଧିକ ହୋଇଥାଏ । ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ । କିଡ୍‌ନୀର କାର୍ଯ୍ୟକ୍ଷମତା ବଢେ଼ ଓ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ । ଗୁଜୁରାତିକୁ ସାଧାରଣତଃ ମାଉଥ୍‌ ଫ୍ରେଶନର୍‌ ଭାବେ ବ୍ୟବହାର କରାଯାଏ  । ଯେଉଁମାନଙ୍କର ପାଟି ଦୁର୍ଗନ୍ଧ ସମସ୍ୟା ସେମାନେ ନିୟମିତ ଗୁଜୁରାତି ଖାଇଲେ ଭଲ । ଏହାର ସୁଗନ୍ଧ ପାଟିର ଦୁର୍ଗନ୍ଧ କମ କରେ  । ପ୍ରତିଦିନ ଗୁଜୁରାତି ଖାଇଲେ ମାନସିକ ସ୍ୱାସ୍ଥ୍ୟ ବି ଭଲ ରହେ । ଏହା ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ଓ ମୁଡ୍‌ ଭଲ ରଖେ । ପ୍ରତିଦିନ ଏହାର ସେବନ ହାର୍ଟ ଆଟାକ୍‌ର ଆଶଙ୍କାକୁ ଅନେକାଂଶରେ କମ୍‌ କରିଥାଏ । ମୋଟାପଣ ପାଇଁ ଚିନ୍ତିତ ଥିଲେ ଏହାର ପାଉଡର ସେବନ କରିପାରିବେ, ଏହା ଶରୀରର ଚର୍ବି ଅଂଶ କମ୍‌ କରିବାରେ ସହାୟକ ହୋଇଥାଏ । ଗୁଜୁରାତି ତେଲର ବାମ୍ଫ ନେବା ଦ୍ୱାରା ସର୍ଦ୍ଦି ଓ କାଶ ଖୁବ୍‌ ଶିଘ୍ର ଭଲ ହୋଇଥାଏ ।