ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ାର ପ୍ରସ୍ତୁତି ପ୍ରଣାଳୀ

ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଟା କଞ୍ଚା ଲଙ୍କା, କଟା ପିଆଜ, ସୋରିଷ ବଟା, କଦଳୀ ପତ୍ର, ଲେମ୍ବୁ ରସ, ଲୁଣ ଓ ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ପତ୍ରକୁ ଭଲ ଭାବେ ଧୋଇ ଶୁଖାଇ ଦିଅନ୍ତୁ।  ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏଥିରେ ତେଲ, କଟା ପିଆଜ, ସୋରିଷ ବଟା, କଟା ପିଆଜ, ଲେମ୍ବୁ ରସ ଓ କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ କଦଳୀ ପତ୍ରରେ ରଖନ୍ତୁ ଓ ପତ୍ରକୁ ମୋଡ଼ି ସୂତାରେ ବାନ୍ଧିଦିଅନ୍ତୁ।

ତା’ପରେ ଏହାକୁ ଚୁଲି ଭିତରେ ରଖନ୍ତୁ । ପୋଡ଼ିବା ବାସ୍ନା ଆସିଲେ ଏହାକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ୱ ଭଲ ଭାବେ ସିଝିବା ଲାଗି ୧୦ରୁ ୧୫ ମିନିଟ୍‌ ସମୟ ଲାଗିବ। ଏହା ପରେ ଏହାକୁ ଚୁଲିରୁ କାଢ଼ି ଆଣନ୍ତୁ।  ପ୍ରସ୍ତୁତ ହୋଇଗଲା ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ା।