ଘାଟରେ ଚଢାଉ ୧୨ଗାଡ଼ି ଜବତ
ଆନନ୍ଦପୁର :ବୈତରଣୀ ଓ କୁସେଇ ନଦୀର ବିଭିନ୍ନ ବାଲି ଘାଟରେ ବାଲି ଚୋରି ବେଳେ ଘସିପୁରା ପୁଲିସ ଏବଂ କେନ୍ଦୁଝର ଖଣି ବିଭାଗ ମିଳିତ ସ୍କ୍ୱାଡ଼ ଚଢାଉ କରିଥିଲେ । ଚଢାଉ ବେଳେ ସ୍କ୍ୱାର୍ଡ଼ ୯ଗୋଟି ବାଲି ବୋଝେଇ ଟ୍ରାକ୍ଟର, ୨ଟି ହାଇୱା ସମେତ ଗୋଟିଏଜେସିବି ଜବଦ କରିଥିଲା । ବାଲି ଚୋରି ଘଟଣାରେ ପୁଲିସ ୮ଜଣକୁ ଅଟକ ରଖିଛି । ବାଲି ଭଦ୍ରକ, ସୋର, ବାଲେଶ୍ୱର, କଲିକତା ପ୍ରମୁଖ ସ୍ଥାନ ମାନଙ୍କୁ ଚାଲାଣ ହେଉଥିବା ବେଳେ ବାଲି ମାଫିଆ ବିଭିନ୍ନ ସ୍ଥାନରେ ଶହଶହ ଟ୍ରିପ ବାଲି ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।