ମିଲରଙ୍କ ମନମାନି : କୃଷକ ମୋର୍ଚ୍ଚା ସଭାପତିଙ୍କୁ ଅଭିଯୋଗ କଲେ ଚାଷୀ
ଆନନ୍ଦପୁର : ମିଲର ମାନେ ଧାନ ପରିବହନ ପାଇଁ ଆବଶ୍ୟକୀୟ ଗାଡି ଦେଉନାହାନ୍ତି । ଧାନ ସଂଗ୍ରହ କାରବାରରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହେଉଛି । ଆମେ ନାନା ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କୁ ଅଭିଯୋଗ କରିଛନ୍ତି ଚାଷୀ । ଶ୍ରୀ ସାହୁ ଏବଂ ବିଜେପି ନେତା ଆଲୋକ ସେଠୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓରାଳି, ଶାଳନିଆଁ, ଡଅଁର, ସମଣା, ଆମ୍ବୋ ଏବଂ ବଡରମ୍ପାସ ପ୍ରଭୃତି ଧାନ ମଣ୍ଡି ପରିଦର୍ଶନ ସମୟରେ ଅଭିଯୋଗ କରିଥିଲେ । ଯେଉଁଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍ୟସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଡଅଁର ଧାନ ମଣ୍ଡିରେ କ୍ୱିଂଟାଲ ପ୍ରତି ୮କିଲୋ କଟନୀ ଛଟନି କରୁଥିବା ଅଭିଯୋଗ କରିଥିବା ବେଳେ ବଡ ରମ୍ପାସ ଧାନମଣ୍ଡିରେ ପ୍ରତେକ ଚାଷୀଙ୍କ ଠାରୁ ଧାନ କ୍ୱିଂଟାଲ ପ୍ରତି ଏକ ଶହ ଟଙ୍କା ନେଉଥିବା ନେଇ ଚାଷୀ ଅଭିଯୋଗ କରିଥିଲେ ।