ଚର୍ଚ୍ଚାରେ "ଭୋଳ' ଆୱାର୍ଡ଼
ଭୁବନେଶର : ଏ ଯାଗାକୁ ଯିଏ ଆସିବ । ତାକୁ ଧରିବନି । ସିଧା ଗୋଡ଼ ଭାଙ୍ଗିଦେବ । ଯିଏ ଗୋଡ଼ ଭାଙ୍ଗିବ, ସେ ମୋ ଠାରୁ ଆସି ପୁରସ୍କାର ନେବ ।’ ଆଜ୍ଞା ଏହା କୌଣସି ସିନେମାର ସଂଳାପ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷାରେ ନିୟୋଜିତ ପୁଲିସମାନଙ୍କୁ ଏମିତି ନିଦେ୍ର୍ଦଶ ଦେଇଛନ୍ତି ଅତିରିକ୍ତ କମିଶନର ନରସିଂହ ଭୋଳ । ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏନେଇ କଂଗ୍ରେସ ନେତା ୟାସିର ନୱାଜ୍ କହିଛନ୍ତିଯେ, ପୁରୀ ରଥଯାତ୍ରା ଆୟୋଜନରେ ବିଫଳତା ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେଉଥିଲ । ସେତେବେଳେ ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ କମିଶନର ନରସିଂହ ଭୋଳ ସେଠାରେ ଉପସ୍ଥିତ ପୋଲିସକୁ କହିଥିଲେଯେ,
ବିକ୍ଷୋଭକାରୀମାନଙ୍କର ଗୋଡ ବାଡେଇ ଭାଙ୍ଗିଦିଅ । ଯିଏ ଭାଙ୍ଗିଦେବ ସିଏ ପୁରସ୍କାର ପାଇବ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ପୋଲିସ ଅଫିସରଙ୍କର ସ୍ଥାନ ନାହିଁ । ସେ ତାଙ୍କର ପଦମର୍ଯ୍ୟାଦା ଭୁଲିଯାଇଛନ୍ତି । ଏଭଳି ମାନସିକତା ରଖିଥିବା ପୋଲିସ ଅଫିସରଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି ।