ଲିଭିଗଲା ୩ ଜୀବନଦୀପ : କେମିତି ହୋଇଥିଲା ଦଳାଚକଟା ?

ଭୁବନେଶ୍ୱର-ପୁରୀ ରାସ୍ତାରେ ହଜାର ହଜାର ଯାନବାହନର ପୁରୀକୁ ସୁଅ ଛୁଟିଥିଲେ ମଧ୍ୟ ସେଗୁଡ଼ିକୁ ନିୟନ୍ତ୍ରିତ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇନଥିଲା । ଭିଡ଼ ବଢିଚାଲିଥିବା ବେଳେ ରଥର ଚାରମାଳ ପାଇଁ ଟ୍ରକ୍ମାନଙ୍କରେ ତାଳଗଣ୍ଡିମାନ ବୁହା ହୋଇ ରଥପାଖକୁ ଅଣାଯାଇଥିଲା । ଟ୍ରକ୍ ଆସିବା ବେଳେ ସମବେତ ଭକ୍ତମାନେ ଇତସ୍ତତଃ ହୋଇପଡ଼ିଥିଲେ । ଏଥିସହିତ ରଥ ଚାରିପାଖରେ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନ ପଥର ବ୍ୟବସ୍ଥା ହୋଇଥିଲା  । ଦଶାବତାର ମଠ ପାଶ୍ୱର୍ରେ ଭିଆଇପିମାନଙ୍କ ପାଇଁ ପ୍ରସ୍ଥାନ ପଥ ବନ୍ଦ କରିଦିଆଯିବା ଫଳରେ ଦର୍ଶନ ପାଇଁ ଉତ୍ସୁକ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଭକ୍ତ ଚାରମାଳ ପାଇଁ ଗଦା ହୋଇଥିବା ତାଳଗଣ୍ଡି ଉପରେ ଚଢିଯାଇଥିଲେ । ଫଳରେ ଗୁରୁତର ଅବସ୍ଥା ସୃଷ୍ଟି ହୋଇଥିଲା । ଏହା ସାଙ୍ଗକୁ ରାସ୍ତାରେ ବହୁ ପରିମାଣର ପଲିଥିନ୍ ପଡ଼ିଥିବାରୁ କେତେକ ଭକ୍ତଙ୍କ ଗୋଡ଼ ଖସିଯାଇଥିଲା ଓ ସେମାନେ ତଳେ ପଡ଼ିଯାଇଥିଲେ । ପ୍ରବଳ ଗହଳିରେ ସେମାନଙ୍କ ଉପରେ ଲୋକମାନେ ଚଢିଯାଇଥିଲେ । ଏଭଳି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କେହି ନଥିଲେ । ଫଳରେ ଦଳାଚକଟାରେ ଅନେକଦ୍ଭ ୭ ପୃଷ୍ଠାରେ...