୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତାକାଲିଠୁ ବଢ଼ିବ ତାତି । ୪ ଦିନ ଯାଏଁ ୬ରୁ ୮ ଡିଗ୍ରୀ ବଢ଼ିବ । ୧୪ ତାରିଖ ବେଳକୁ ୧୧ଟି ଜିଲ୍ଲାରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ରହିବ । ସେଥିପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ୭ ଜିଲ୍ଲା ପାଇଁ ହିଟ ୱେବ ଜାରି କରାଯାଇଛି । ୭ ଜିଲ୍ଲା ହେଉଛି- ମାଲକାନଗିରି, କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର , ସୁନ୍ଦରଗଡ । ଏହି ସବୁ ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ସମ୍ଭାବନା ରହିଛି । ଏହା ସହ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ମଧ୍ୟ ବୃଦ୍ଧି ହେବ । ୧୬ ତାରିଖ ବେଳକୁ ୪୦ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଅନୁମାନ କରାଯାଇଛି । ରାଜ୍ୟରେ ବର୍ତ୍ତମାନ କାଳ ବୈଶାଖୀ ପ୍ରଭାବରେ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପ ଝିପ ବର୍ଷା ଲାଗି ରହିଛି । ବର୍ଷା ପ୍ରଭାବରେ ଓଡ଼ିଶାରେ ଦିନ ତାପମାତ୍ରା କମିଛି । ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଝରାବନ୍ଦ ଠାରେ ୫୭. ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଦିନ ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ ହୋଇଛି ।