ଚିତ୍ରୋତ୍ପଳା ନଦୀରେ ବନ୍ୟା ନଦୀବନ୍ଧ ଦୁର୍ବଳ, ଅଞ୍ଚଳବାସୀ ଆତଙ୍କିତ

 ନିଶ୍ଚିନ୍ତକୋଇଲି : ଚିତ୍ରୋତ୍ପଳା ନଦୀର ଉଭୟ ପାଶ୍ୱର୍ ନଦୀବନ୍ଧ ବରପଡା ତିନିମୁହାଣୀଠାରୁ ନରେନ୍ଦ୍ରପୁର ଉତ୍ତରପାଶ୍ୱର୍ ଏବଂ ଜନାର୍ଦ୍ଦନପୁରଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଅଂଚଳବାସୀ ନଦୀରେ ବନ୍ୟାଜଳ ଆସିବାରୁ ଆତଙ୍କିତ ହୋଇପଡିଛନ୍ତି । ଉଭୟ ନଦୀ ବନ୍ଧରେ ସ୍ଥାନେ ସ୍ଥାନେ ଗର୍ତ୍ତମାନ ସୃଷ୍ଟି ହୋଇଥିବା ସାଙ୍ଗକୁ ନଦୀତଟ ପାଶ୍ୱର୍ ଅତଡା ଖାଇଥିବା ଯୋଗୁ ବନ୍ଧଗୁଡିକ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ରହିଛି । ପୂର୍ବଦିନମାନଙ୍କରେ ଆସିଥିବା ବନ୍ୟାରେ ଏହି ନଦୀର ନାହାଳପୁର, ପାଳଦା, ନଗସପୁର ଆଦି ସ୍ଥାନମାନଙ୍କରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଧନଜୀବନ ହାନୀ କରିଥିଲା ।
ପ୍ରଶାସନ ପକ୍ଷରୁ ଏହି ସ୍ଥାନର ସମ୍ପୁର୍ଣ୍ଣ ମରାମତି କରାଯାଇ ନଥିବା ସ୍ଥଳେ ବର୍ତ୍ତମାନ ଅନ୍ୟ ସ୍ଥାନରେ ବଡ ବଡ ଗାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଯାହାକି ଆଗାମୀ ଦିନରେ ଅଂଚଳବାସୀଙ୍କ ପାଇଁ ବଡ ବିପଦ ଆଣିଦେବ ବୋଲି ନଦୀକୂଳବାସୀ ପ୍ରକାଶ କରିଛନ୍ତି । ଏହି ବନ୍ଧରେ ପ୍ରଶାସନ ପକ୍ଷରୁ ପଥର ପ୍ୟାକିଂ କରାଯିବାର କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ନାମକୁ ମାତ୍ର ବୋଲି ଦେଖିବାକୁ ମିଳିଛି । ପଥର ଗୁଡିକ ନଦୀଗର୍ଭରେ ପଡିଥିବା ସ୍ଥଳେ ବନ୍ଧ ଗୁଡିକ ବିପଦପୂର୍ଣ୍ଣ ଭାବେ ରହିଛି । ନଗସପୁରଠାରେ ଏବେ ନିର୍ମାଣଧୀନ ସେତୁର ଦକ୍ଷିଣପଟ ପନ୍ଧରେ ବଡ ଅତଡା ଖାଇଥିବାରୁ ଆଗାମୀ ଦିନରେ ଏହା ବଡ ବିପଦକୁ ଡାକି ଆଣିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ଜଳସେଚନ ସେଚନବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସାମ୍ଭାବ୍ୟ ବନ୍ୟାଜଳ ପ୍ରବାହିତ ହେତୁ ନଦୀବନ୍ଧର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବିହୀତ ପଦକ୍ଷେପ ନେବାକୁ ନଦୀକୂଳବାସୀ ନିବେଦନ କରିଛନ୍ତି ।