ଚୌଦ୍ୱାର ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଚୌଦ୍ୱାର ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ କାରାଗାରକୁ ବିବାଦ ପିଛା ଛାଡୁନି । କେତେବେଳେ ଗ୍ୟାଙ୍ଗୱାରରେ କଏଦୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେତେବେଳେ କୁଖ୍ୟାତ ଅପରାଧି ଜେଲ୍‌ ପାଚେରୀ ଡେଇଁ ଚାଲି ଯାଉଛନ୍ତି । ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ ଚୌଦ୍ୱାର ଜେଲ୍‌ ଏବେ ବଦନାମ୍‌ ହୋଇଥିବାବେଳେ ଆଜି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି ।

    ଚୌଦ୍ୱାର ଜେଲ୍‌ରେ ବାରବାର ଅଘଟଣ ଘଟୁଥିଲେବି ସଂସ୍କାରର କିନ୍ତୁ ନାଁ ଗନ୍ଧ ନାହିଁ । ଗତ କିଛି ଦିନ ତଳେ ବିହାର ଦୁଇ ଜଣ କୁଖ୍ୟାତ କଏଦୀ ନାଟକୀୟ ଢଙ୍ଗରେ ଖସି ପଳେଇଥିଲେ । ଆଜି ଜଣେ ବିଚାରଧୀନ କଏଦୀକୁ ଅନ୍ୟ କିଛି କଏଦୀ ଆକ୍ରମଣ କରି ମାରିଥିବାର ଅଭିଯୋଗ ହୋଇଛି । ପବିତ୍ର ସାହୁ ନାମକ କଏଦୀଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ପଠାଯାଇଥିଳେବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତର ଘର ଖୋର୍ଦ୍ଧା ବୋଲଗଡ଼ ହୋଇଥିଲା ବେଳେ ସେ ଦଶ ବର୍ଷ ସଜ୍ଜା ଭୋଗୁଥିଲ । ଚିଟଫଣ୍ଡ ଦୁର୍ନୀତି ପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । ଅପରପକ୍ଷରେ ଅଧିକ ତଦନ୍ତ ପାଇଁ ଜେଲ ଏଡିଜି ଅମିତାଭ ଠାକୁର ସର୍କଲ ଜେଲକୁ ଆସି ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ସେ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିବା ଜଣାପଡ଼ିଛି ।