ଜିଆରପି ପକ୍ଷରୁ ରେଲୁୱେ ଷ୍ଟେସନ ଗେଟ୍ -୧ରେ ଖୋଲିଲା ଜଳଛତ୍ର

ଭୁବନେଶ୍ୱର, ୧୮ା୪ : ପ୍ରଚଣ୍ଡ ଖରାରେ ରାଜଧାନୀରେ ଲୋକେ ପାଣି ଟେପେ ପାଇଁ ଡହଳ ବିକଳ ହେଉଥିବା ବେଳେ ରାଜଧାନୀରେ ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହା ଫଳରେ ରାସ୍ତାରେ ଯାତ୍ରୟତ କରୁଥିବା ଲୋକେ, ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଟ୍ରେନ୍ ଯାତ୍ରୀ, ବସ ଯାତ୍ରୀ, ରାସ୍ତାକଡ଼ର ଦୁଖି ଲୋକ ମାନେ ନାହିନଥିବା ଅସୁବିଧାର ସମ୍ମୁକôନ ହେଉଛନ୍ତି । ଯାହାକୁ ନେଇ ଏବେ କମିଶନରେଟ୍ ପୁଲିସର ବିଭିନ୍ନ ଥାନା, ରେଲୁୱେ ଷ୍ଟେସନ ସାମ୍ନାରେ ଖୋଲା ଯାଉଛି ଜଳଛତ୍ର । ଆଜି ଭୁବନେଶ୍ୱର ଜିଆରପି ଥାନା ପକ୍ଷରୁ ରେଲୁୱେ ଷ୍ଟେସନ ଗେଟ୍-୧ ସାମ୍ନାରେ ଖୋଳା ଯାଇଛି ଜଳଛତ୍ର । ଯାହାକୁ ଉଦଘାଟନ କରିଛନ୍ତି କଟକ ଜିଆରପି ଡେପୁଟି ସୁପରିଟେଣ୍ଡେଣ୍ଟ୍ ବି.ଆର ଦେହୁରୀ । ଏହି ଉଦଘାଟନି ସମୟରେ ଜିଆରପି ଥାନା ଅଧିକାରୀ, ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।