ଜିଏମ୍ୟୁ  ଛାତ୍ରଛାତ୍ରୀଙ୍କ ସଫଳତା

 ସମ୍ବଲପୁର: ୟୁଜିସି  ନେଟ ପରୀକ୍ଷାରେ ଗଙ୍ଗାଧର ମେହେର ବିଶ୍ୱିଦ୍ୟାଳୟର ଇଂରାଜୀ ବିଭାଗର ଛାତ୍ର ଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ  କରିଛନ୍ତି । ଜଣେ ଛାତ୍ରୀ ଚନ୍ଦ୍ରମା ଜାଲ ଜେଆରଏଫ  ପାଇବା ସହିତ ବିଭାଗର ୨୮ ଜଣ ଛାତ୍ରଛାତ୍ରୀ ନେଟ ପରୀକ୍ଷା ରେ ସଫଳତା ହାସଲ କରିଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନେଟ୍ (ଇଂରାଜୀ) ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଲେ ଚନ୍ଦ୍ରମା ଜାଲ (ଜେଆରଏଫ), ପ୍ରସାଦ ମହାପାତ୍ର, ନିରୁପମା କୁଜୁର, ରାମକୃଷ୍ଣ ବାଗ, ଆକାଂଶା ପତି, ନିଶିଥ ଭାନୁ ବୋହିଦାର, ବିରାଜ ବାରଜୋ, କମଲ ସରାଫ, ନେହା ପଞ୍ଜ୍ୱାନୀ, ପ୍ରୀତି ଲାବନ୍ୟା, ଐଶ୍ୱର୍ଯ୍ୟା ତ୍ରିପାଠୀ, ଦିଲୀପ ସାହୁ, ପରମେଶ୍ୱର ଦୀପ, ସ୍ନେହା ସୁଜାନା ବାରା, ଅଙ୍କିତା ବାରିକ୍, ନିହାରିକା ସେଠ, ଗାୟତ୍ରୀ ମୁନା, ସୁଲୋଚନା ଟୁଡୁ, ସୁଜିତ କୁମାର ବେହେରା, ଓରିଲିନ୍ ସାହୁ, ସ୍ୱାଧିନ ସାହୁ, ଶିବାଶିଷ ମହାପାତ୍ର, ସଞ୍ଜିବନୀ ଦାଶ, ବୀଣାଲକ୍ଷ୍ମୀ ବାଗ, ଉଦୟ ଦର୍ଲା, ଶୁଭଙ୍କା ଶୁଭଦର୍ଶିନୀ ମହାନ୍ତି, ପ୍ରିୟାଂଶୁ ସେନ୍ ଏବଂ ଅମୃତା ଏକ୍କା । ଏହା ଏକ ସର୍ବକାଳୀନ ରେକର୍ଡ ଏବଂ ଛାତ୍ରଛାତ୍ରୀଙ୍କ କଠିନ ଓ ନିରନ୍ତର ପରିଶ୍ରମ ତଥା ଶିକ୍ଷକଙ୍କ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅଞ୍ଜଳି ତ୍ରିପାଠୀ କହିଛନ୍ତି । ଚଳିତ ଶିକ୍ଷ ।ବର୍ଷ ପି ଜି ଦ୍ୱିତୀୟ ବର୍ଷ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ନେଟ୍ ପରୀକ୍ଷା ରେ ଯୋଗ୍ୟ ବିବେଚିତ ହୋଇ ସାଛନ୍ତି ବୋଲି ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି ।