ଚାମ୍ପିଅନ୍ସ ଟ୍ରଫିରେ ଭାରତର ୫ ସର୍ବଶ୍ରେଷ୍ଠ ଖେଳାଳି
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳ ଘୋଷଣା କରିଛି । ଏହି ଦଳରେ ଦ୍ୱାଦଶ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି । ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଦଳଗୁଡ଼ିକର ଜଣେ ବି ଖେଳାଳି ଶ୍ରେଷ୍ଠ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ପାଇନାହାଁନ୍ତି । ଚାମ୍ପିଅନ୍ସ ଟ୍ରଫିର ଶ୍ରେଷ୍ଠ ୧୧ ଖେଳାଳିଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ଅଛନ୍ତି । ଚାମ୍ପିଅନ୍ସ ଟ୍ରଫିର ଶ୍ରେଷ୍ଠ ପ୍ଲେଇଂ ଏକାଦଶରେ ନୁ୍ୟଜିଲାଣ୍ଡର ଚାରି ଜଣ ଏବଂ ଆଫଗାନିସ୍ତାନର ଦୁଇଜଣ ଖେଳାଳି ଅଛନ୍ତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳରେ ସାମିଲ ହୋଇଥିବା ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କ ନାମ ହେଉଛି ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ମହମ୍ମଦ ଶାମି ଏବଂ ବରୁଣ ଚକ୍ରବର୍ତ୍ତୀ । ଅକ୍ଷର ପଟେଲଙ୍କୁ ମଧ୍ୟ ଦ୍ୱାଦଶ ଖେଳାଳି ଭାବରେ ସ୍ଥାନ ଦିଆଯାଇଛି । ଏହି ସମଗ୍ର ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ୨୧୮ ରନ କରିଛନ୍ତି । ସେହିପରି ଶ୍ରେୟସ ଆୟର ୨୪୩ ରନ କରିଛନ୍ତି । ଏଥିସହ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର୍ ମଧ୍ୟ ଥିଲେ ଆୟର । ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ପ୍ଲେଇଂ ଏକାଦଶରେ ରଚିନ ରବିନ୍ଦ୍ର, ଇବ୍ରାହିମ ଜାଦ୍ରାନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ଗ୍ଲେନ୍ ଫିଲିପ୍ସ, ଆଜମତୁଲ୍ଲା ଉମରଜାଇ, ମିଚେଲ ସାଣ୍ଟନର, ମହମ୍ମଦ ଶାମି, ମ୍ୟାଟ ହେନରୀ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲଙ୍କ ନାଁ ରହିଛି ।