ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ

ନୂଆପଡା : ନୂଆପଡ଼ା ଜିଲ୍ଲାରେ ରବି ରୁତୁ  ପାଇଁ ସାରାବଙ୍ଗ ପ୍ରାଥମିକ ସମବାୟ ସମିତିରୁ ପ୍ରଥମ ଧାନ ସଂଗ୍ରହ  ଆରମ୍ଭ ହୋଇଯାଇଛି । ଆଜି ଏଥିପାଇଁ  ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ରାଉତରାୟ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଳା ପରିଷଦ ସଦସ୍ୟ ଉମା ଠାକୁର, ଭରତ ଲାଲ ରାଉତ, ମିଶନ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ, ସ୍ଥାନୀୟ ସରପଞ୍ଚ, ମିଲର ପ୍ରତିନିଧି, ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ପ୍ରମୁଖ ଯୋଗଦାନ କରିଥିଲେ ।  ସୂଚନାଯୋଗ୍ୟ ଯେ  ଜିଲ୍ଲାରେ ରବି ରୁତୁରେ ୪,୮୯,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ୪୭ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୪ ଟି ମହିଳା ସ୍ୱୟଂ ସହାୟକ ଦଳ ମାଧ୍ୟମରେ ୨୪ ଟି ରାଇସ୍ ମିଲ୍ ଦ୍ୱାରା ଏହି ଧାନ କିଣା ଯିବ । କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୦୦ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ବୋନସ ପ୍ରଦାନ କରାଯିବ । ଚାଷୀ ମାନଙ୍କୁ ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ସହିତ ସେମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ୫ ଟି ବ୍ଲକ୍ ରେ ୫ ଟି ପ୍ରଚାର ରଥ ବୁଲୁଛି । କିଭଳି ଭାବରେ ସୁରୁଖୁରୁରେ ଜିଲ୍ଳାରେ ରବି ଧାନ ସଂଗ୍ରହ ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ ସୂଚାରୁ ରୂପେ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରି ଥିଲେ ।