ଜହ୍ନାରେ ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର

ବ୍ୟାସନଗର : କୋରେଇ ବ୍ଲକ ଜହ୍ନା ଗ୍ରାମରେ ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଅନୁୁଷ୍ଠିତ ହୋଇଯାଇଛି । ମହାଲକ୍ଷ୍ମୀ ଯୁବକ ସଂଘ ଓ ନଟବର ବିଶ୍ୱାଳ ସ୍ମୃତି ସଂସଦ ସହଯୋଗରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରକୁ ଜିଲା ଉପନିବନ୍ଧକ ତିଳୋତମା ପୃଷ୍ଠି ଉଦଘାଟନ କରିଥିବା ବେଳେ ଅତିଥି ଭାବେ ପାଣିକୋଇଲି ଥାନା ଅଧିକାରୀ ରଂଜିତ ମହାନ୍ତି, ଯାଜପୁର ରୋଡ ମେଡିକାଲ ଅଫିସର ପ୍ରସନଜିତ କର ଯୋଗ ଦେଇଥିଲେ । ସ୍ମୃତିସଂସଦର ସଭାପତି ବ୍ରଜ କିଶୋର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମସ୍ତ ଡାକ୍ତର ଓ ସହଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚରେ ମହାଲକ୍ଷ୍ମୀ ପୂଜା କମିଟିର ସମ୍ପାଦକ ନିମାଇଁ ପରିଡା, ସ୍ମୃତିସଂସଦର ଉପସଭାପତି ନିତ୍ୟାନନ୍ଦ ବିଶ୍ୱାଳ ଉପସ୍ଥିତ ଥିବାବେଳେ ଶତାଧିକ ବୃଦ୍ଧ, ବୃଦ୍ଧା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଚକ୍ଷୁ ଚିକିତ୍ସକ ଡ଼. ସବିତା ବ୍ରତ ପାଞ୍ଝା, ପରିଚାଳକ ଅଜୟ ଦାସ,  ଦନ୍ତ ଡାକ୍ତର ଅଭଜିତ ଶୁକ୍ଳା, କୋରେଇ ମେଡିକାଲ ଡାକ୍ତର ଡ଼.ବିଶ୍ୱରଂଜନ ପ୍ରଧାନ, ଡ଼.ସ୍ମିତାପ୍ରଜ୍ଞା ସାହୁ ପାରାମେଡ଼ିକାଲ କର୍ମଚାରୀ, ଜହ୍ନା ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଅଧିକାରୀ ଶୁଭଶ୍ରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉପଦେଷ୍ଟା ବିଶ୍ୱଜିତ ନାୟକ, ଯୁବକ ସଂଘ ତରଫରୁ ବରିଷ୍ଠ କର୍ମକର୍ତ୍ତା ବାବାଜୀ ବେହେରା, କୁଳମଣି ରାଉତ, ପ୍ରଦୀପ୍ତ ବିଶ୍ୱାଳ, ଲଲାଟେନ୍ଦୁ ନାୟକ, ପ୍ରାଣକୃଷ୍ଣ ବିଶ୍ୱାଳ, ଜଗଦୀଶ ସାହୁ, ଦିଲ୍ଲୀପ ରାଉତ, ଅମିନ ବିଶ୍ୱାଳ, ଜଗବନ୍ଧୁ ବେହେରା, କୃଷ୍ଣ ଦାସ, ରାଣା ପ୍ରତାପ ସିଂ, ସନ୍ୟାସୀ ମଲ୍ଲିକ, ପଦ୍ମନାଭ ବିଶ୍ୱାଳ, ଶରତ ବିଶ୍ୱାଳ, ଗୟାଧର ପାଢ଼ୀ, ପ୍ରଶାନ୍ତ ସାହୁ, ବସନ୍ତ ନାୟକ, ବିଶ୍ୱନାଥ ଦାସ, ଭୀମସେନ ମଲ୍ଲିକ, ସଂଯୋଜକ ପ୍ରଭାସ ରାଉତ, ଅଭୟ ବିଶ୍ୱାଳ, ରବୀନ୍ଦ୍ର ଦାସ, ଦିଲ୍ଲୀପ ବିଶ୍ୱାଳ, ରାମଚନ୍ଦ୍ର ହାତୀ,ବାପିନ ବିଶ୍ୱାଳ, ଅରୁଣ କବି, ଭ୍ରମରବର ବେହେରା, ମିଲୁ ପାଢ଼ୀ, ସୁଦାମ ମଲ୍ଲିକ, ସୁମନ ସାହୁ,ଅନାମ ବିଶ୍ୱାଳ, ପ୍ରଶାନ୍ତ ରାଉତ, କୈବଲ୍ୟ ରାଉତ, ନିରଞ୍ଜନ ମଲ୍ଲିକ,ଜିତେନ୍ଦ୍ର ପାଢ଼ୀ, ଅନିଲ ବିଶ୍ୱାଳ, ଅମୁଲ୍ୟ ରାଉତ, ବାଦଲ ସିଂହ, ପିକୁନ ବିଶ୍ୱାଳ, ଦେବବ୍ରତ ସାହୁ, ବଂଟି ବିଶ୍ୱାଳ, ସନାତନ ରାଉତ, ସୁମନ ସାହୁ, ସୁରଜ ବେହେରା, ଅଜିତ ମଲ୍ଲିକ, ବଳରାମ ବେହେରା, ମୁନା ବଳ, ପିଙ୍କନ ରାଉତ, ଜ୍ୟୋତିଶଙ୍କର ପାଢ଼ୀ, ସଂଜୀବ ବାରିକ, ବିଶ୍ୱରଂଜନ ବିଶ୍ୱାଳ, ତପନ ବିଶ୍ୱାଳ, ବଳରାମ ବଳ, ଶ୍ରୀବତ୍ସ ରାଉତ, ସୁଦାମ ମଲ୍ଲିକ, ସୁରେଶ ହାତୀ, ଅନନ୍ତ ବିଶ୍ୱାଳ, ସମ୍ବୁନାଥ ସାହୁ, ମାନସ ବେହେରା ପ୍ରମୂଖ  ସହଯୋଗ କରିଥିଲେ ।