ଜୁଆ ଖେଳରେ ୬ ଗିରଫ; ବାଇକ ସହ ମୋବାଇଲ ଓ କାର ଜବତ
ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ପଞ୍ଚାୟତ କେନ୍ଦୁ ପାଲି ଗାଆଁର ଏକ ବୁଦା ନିକଟରେ ବହୁ ଦିନରୁ ଜୁଆ ଆଡ୍ଡା ସାଜିଥିବା ଖବରକୁ ନେଇ ତାଙ୍କୁ ଧରିବା ପାଇଁ ଅତାବିରା ପୁଲିସ ଏକ ଟିମ୍ ଗଠନ କରି ଅତର୍କିତ ଭାବେ ଚଢ଼ାଉ କରିଥିଲା। ହେଲେ ସେଠାରୁ ବହୁତ୍ ଲୋକ ଖସି ପଳାଇ ଯାଇ ଥିବା ବେଳେ ଜଣେ ବିଲ ଭିତରକୁ ଡେଇଁ ତଳେ ପଡିଯିବାରୁ ଆଉ ପାଞ୍ଚ ଜଣ ତାକୁ ଉଦ୍ଧାର କରିବାକୁ ଆସିଥିବା ବେଳେ ସେମାନେ ମଧ୍ୟ ପୁଲିସ କବଜାରେ ଛନ୍ଦି ହୋଇଥିଲେ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ବଡ ବଜାରର ପପୁ ସିଂହ ଚୌହାନ(୩୯), ରେଙ୍ଗାଲି ଥାନା ଶାସନର ପ୍ରଭାତ ମାହାନା (୩୦), କ୍ଷେତରାଜପୁର ଥାନା ଚେରୁଆ ପଡ଼ା ସୁରଜ୍ ପୋଢ଼ (୨୫), ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା କ୍ରୀଷ୍ଣା ସେଠ୍(୩୫), ଲୁରୁପାଲି ମୋହନ ତାଣ୍ଡି (୩୫), ବରଗଡ଼ ଟାଉନ ଥାନା ୱାର୍ଡ ନଂ -୧୪ ହେମରାଜ ମଲ୍ଲିକ (୩୮)ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୬,୪୦୦ ନଗଦ, ୪ଟି ମୋବାଇଲ, ଗୋଟିଏ କାର,ବାଇକକୁ ଜବତ କରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି।