ହୋଟେଲ ରୁମ୍ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ବାଲେଶ୍ୱର : ହୋଟେଲରୁ ଜଣେ ଯୁବକଙ୍କ ମୃତ୍ୟୁ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକ ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଦୁଇ ଦିନ ତଳେ ଦୁଇଜଣ ଯୁବକ ଏବଂ ଜଣେ ଯୁବତୀ ବାଲେଶ୍ୱରର ଏକ ହୋଟେଲରେ ରୁମ୍ ନେଇ ରହିଥିଲେ । ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ଆକାଶଙ୍କ ସହିତ ତାଙ୍କର ଦୁଇ ବନ୍ଧୁ ଏକାଠା ରହିଥିଲେ। ଗତକାଲି ବହୁ ସମୟ ଧରି ରୁମ୍ ନ ଖୋଲିବାରୁ ସନ୍ଦେହ କରି ହୋଟେଲ୍ ମାଲିକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ଘଟଣା ପରଠାରୁ ଦୁଇ ବନ୍ଧୁ ଫେରାର ଅଛନ୍ତି।
Samir Kumar Rout