ଡିଜିଟାଲ ଆରେଷ୍ଟ ନାଁରେ ଠକି ନେଲେ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା 

ଡିଜିଟାଲ ଆରେଷ୍ଟ ନାଁରେ ଠକି ନେଲେ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା 

ରାୟଗଡା : ସାଇବର କ୍ରିମିନାଲ ହାତରେ ଫସିଛନ୍ତି ରାୟଗଡା ଜିଲ୍ଲାର ଜଣେ ମହିଳା ଡାକ୍ତର। ସେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର ଶିକାର ହୋଇ ୨୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହରାଇଛନ୍ତି । ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୁଲିସ ଏବଂ ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଛନ୍ତି ।

    ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ୍‌ କଲ ଆସିଥିଲା । ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍‌ରୁ କହୁଥିବା ପରିଚୟ ଦେଇ କହିଥିଲା ‘ଆପଣଙ୍କ ଆଧାର କାର୍ଡ ସହ ଲିଙ୍କ୍‌ ଥିବା ଏକ ସନ୍ଦେହଜନକ ବ୍ୟାଗ୍‌ ଆସିଛି ଏବଂ ଆପଣଙ୍କ ନାମରେ ସଙ୍ଗିନ ଅଭିଯୋଗ ଅଛି ବୋଲି କହିଥିଲେ । ସଙ୍ଗେ ସଙ୍ଗେ କଲଟି ଏକ ନକଲି ପୁଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା । ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ସାଇବର ଫ୍ରଡ୍‌ ଜଣକ ଡାକ୍ତରଙ୍କୁ କହିଥିଲେ । ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ସହଯୋଗ ନ କରିଲେ ଅସୁବିଧାର ସମ୍ମୁଖୀନ ହେବବୋଲି ତାଙ୍କୁ ଧମକା ଯାଇଥିଲା । ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷ ରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିଲେ ।