ଆହାର କେନ୍ଦ୍ରରୁ ବନ୍ଧୁକ ଜବତ 

 ଆହାର କେନ୍ଦ୍ରରୁ ବନ୍ଧୁକ ଜବତ 

ବାଲେଶ୍ୱର : ଆହାର କେନ୍ଦ୍ରରୁ ବନ୍ଧୁକ ଜବତ । ବାଲେଶ୍ୱର ଜିଲ୍ଲା ସୋର ଥାନା ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଭିତରୁ ଜଣେ ଯୁବକ ଠାରୁ ବନ୍ଧୁକ ଜବତ ହୋଇଛି । ଆହାର କେନ୍ଦ୍ରରେ ଜଣେ ଯୁବକ ଖାଉଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା ସେଠାରେ କାମ କରୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ । ପରେ ସୁରକ୍ଷାକର୍ମୀ ଏବଂ ଆହାର କେନ୍ଦ୍ରର କର୍ମଚାରୀ ଯୁବକଙ୍କଠୁ ବନ୍ଧୁକ ଛଡାଇବାବେଳେ ବନ୍ଧୁକଟି ତଳେ ପଡିଯାଇଥିଲା । ସେହି ସମୟରେ ଯୁବକଜଣଙ୍କ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ । ତେବେ ଯୁବକ ଜଣକ ଆହାର କେନ୍ଦ୍ରକୁ କାହିଁକି ବନ୍ଧୁକ ଧରି ଆସିଥିଲେ, ତାହା ବର୍ତ୍ତମାନ୍‌ ପର୍ଯ୍ୟନ୍ତ ଜଣାପଡିନାହିଁ।