ରାଜଧାନୀରେ ମହିଳା ହୋମଗାର୍ଡ ମୃତ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ମିଳିଲା ମହିଳା ହୋମଗାର୍ଡ ମୃତଦେହ । ନିଜ ଘର ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ମିିଳିଛି ମୃତଦେହ । ଗତ କାଲି ବିଷ ପିଇ ଜୀବନ ହାରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ୬ମାସ ତଳେ ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଚନ୍ଦ୍ରଶେଖରପୁର ଥାନାରେ ସେ ହୋମଗାଡର଼୍ ଭାବେ କାର୍ଯ୍ୟ କରୁଥିଲେ । ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।