ଝାଡାବାନ୍ତି ଆକ୍ରାନ୍ତ ଅଞ୍ଚଳ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଅନ୍ତର୍ଗତ ଚତୁର୍ଭୁଜପୁର ଗ୍ରାମରେ ହଇଜା ଆକ୍ରାନ୍ତଙ୍କୁ ଭେଟି ଶୁକ୍ରବାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ମେଡିକାଲ ଟିମ । ଅପରାହ୍ନ ୨ଟା ବେଳେ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଉପନିଦେ୍ର୍ଦଶକ ଡା ବିନୟ କୁମାର ଦାସମହାପାତ୍ର, ସଂକ୍ରାମକ ରୋଗ ବିଶେଷଜ୍ଞ ଡା ପାର୍ଥସାରଥି ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଙ୍ଗୀତା ବଳ, ସ୍ଥାନୀୟ ଜନସ୍ୱାସ୍ଥ୍ୟ ଅଧିକାରୀ ପୃଥିରାଜ ପୋଥାଳ, ସ୍ୱାସ୍ଥ୍ୟ ପରିଦର୍ଶନ ନବଘନ ଦାସ ପ୍ରମୁଖ ଗ୍ରାମ ଆକ୍ରାନ୍ତଙ୍କ ଘରକୁ ଯାଇ ସେମାନଙ୍କ ଆକ୍ରାନ୍ତର କାରଣ ପଚାରି ବୁଝିବା ସହ, ମିଳିଥିବା ଚିକିସôା ସୁବିଧା, ପାନୀୟ ଜଳ ନମୁନା ପରୀକ୍ଷା, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କେନ୍ଦ୍ରୀୟ ମେଡିକାଲ ଟିମ ପରିସ୍ଥିତିର ସମୀକ୍ଷା କରିବା ସହ ପାନୀୟ ଜଳ ଉସôଗୁଡିକୁ ନିରନ୍ତର ବିଶୋଧନ କରିବା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଗ୍ରାମର ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ଦୈନନ୍ଦିନ ଆକ୍ରାନ୍ତଙ୍କ ପରିସଂଖ୍ୟାନ, ପରିସ୍ଥିତି ଓ ଚିକିସôା ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଏଚଓ, ମହିଳା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ କେନ୍ଦ୍ରୀୟ ମେଡିକାଲ ଟିମଙ୍କୁ ଅନୁଧ୍ୟାନରେ ସହାୟତା କରିଥିଲେ ।