ସମବାୟ କର୍ମଚାରୀ ସଂଘର ବିଦାୟ ସମ୍ବର୍ଦ୍ଧନା
ଧାମନଗର: ବାଲେଶ୍ୱର -ଭଦ୍ରକ ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡିଗୀ ଗ୍ରାମୀଣ ପାର୍କରେ ବିବିସିସି ବ୍ୟାଙ୍କ ଡାଇରେକ୍ଟର ଦଶରଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପସଭାପତି ରଞ୍ଜିତା ସିଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏଥିରେ ବିବିସିସି ବ୍ୟାଙ୍କ ନିଦେ୍ର୍ଦଶକ ଜ୍ୟୋତି ମହାକୁଡ଼, ନିରଞ୍ଜନ ଦାସ, ରମେଶ ଚନ୍ଦ୍ର ଭାରତୀ, ଯୋଗେନ୍ଦ୍ର ଘଡେଇ, ପୁଷ୍ପଲତା ଜେନା, ନବ କିଶୋର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏରିଆ ଅଫିସର ସୁବ୍ରତ ତ୍ରିପାଠୀ, ବିବିସିସି ବ୍ୟାଙ୍କ ଧାମନଗର ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯେପରି ଚାଷୀ ଓ ବ୍ୟାଙ୍କ କର୍ମଚାରୀ, ସମିତିର କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ ସେ ଦିଗରେ ଦାୟିତ୍ୱ ରହିବା ଦରକାର ବୋଲି ଅତିଥି ମାନେ କହିଥିଲେ । ଏହା ପରେ ବିଦାୟୀ ସମ୍ୱର୍ଦ୍ଧିତ ପ୍ରତିଭା ଦୋବଲ ସମବାୟ ସମିତିର ଅବସରପ୍ରାପ୍ତ ସମ୍ପାଦକ ବିଦ୍ୟାଧର ପଣ୍ଡା, ବିବିସିସି ବ୍ୟାଙ୍କ ଧାମନଗର ଶାଖା ହିସାବ ରକ୍ଷକ ଚିତ୍ତରଞ୍ଜନ ଶତପଥୀଙ୍କ ସୁଗୁଣ ବଖାଣି ଥିଲେ । ଏହି କାର୍ଯ୍ୟକ୍ରମରେ ଧାମନଗର ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତି ସଭାପତି, ସମ୍ପାଦକ, ପୂର୍ବତନ ସମ୍ପାଦକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଭଦ୍ରକ ବାଲେଶ୍ୱର ଜିଲ୍ଲା କର୍ମଚାରୀ ସଂଘର ସଧାରଣ ସଂପାଦକ ଅରୁଣ ଉଦୟ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସର୍ବ ଶେଷରେ ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
