ଟିକାତାଳରୁ ଜବରଦଖଲ ଉଛେଦ


ସ୍ୱତନ୍ତ୍ର ପ୍ରତିନିଧି ଖୋର୍ଦ୍ଧା : ଟିକାତାଳରୁ ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କଲା ପ୍ରଶାସନ । ୮ଏକର ଜାଗାକୁ ନିଜ ଅକ୍ତିଆରକୁ ନେଲା । ଆମ ଭିଟାମାଟି ଆମଠୁ ଛଡେଇ ନେବାକୁ ବସିଛନ୍ତି  । ଯେତେ ମନାକଲେ ଆମ କଥା କେହି ଶୁଣୁନାହାନ୍ତି  । ଗତ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ପିଚୁକୁଳି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଟିକାତାଳ ମୌଜାରେ ଥିବା ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ମହିଳାମାନଙ୍କ ଏଭଳିଥିଲା ଆତ୍ମ ଚିକôାର  । ଆମର ରହିବାକୁ ବାସ ନାହିଁ କିନ୍ତୁ ଅଛି କିଛି ଚାଷ ଜମି, ଯାହାକୁ ଚାଷିଲେ ଆମ ପେଟ ପୁରୁନି  । ସେଥିପାଇଁ ଆମେ ଅନ୍ୟ ମାନଙ୍କ ଭଳି ସରକାରୀ ଜାଗାକୁ ଯଗିଛୁ । ଏଭଳି ଜଣେ କି ଦୁଇଜଣ ନୁଁହ ବରଂ ଦଶରୁ ଊଦ୍ଧ୍ୱର୍ର୍ ମହିଳା ଏଭଳି ପ୍ରଶାସନ ପାଖରେ ଗୁହାରି ହୋଇଥିଲେ । ଫଳରେସରକାରୀ ଜାଗାକୁ ନିଜ ଅଧୀନକୁ ଫେରାଇ ଆଣିବାକୁ ଆସିଥିବା ତହସିଲଦାର, ବିଡ଼ିଓ, ରାଜସ୍ୱ ନିରୀକ୍ଷକ, ବେଗୁନିଆ ଓ ବୋଲଗଡ ପୁଲିସ ଲୋକଙ୍କ ଦାବି ଆଗରେ ନିରାଶ ହୋଇ ଫେରିଥିଲେ । କିନ୍ତୁ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଟୀକାତଳା ଜବରଦଖଲ ସରକାରୀ ଜାଗାକୁ ନିଜ ଅଧୀନକୁ ଫେରାଇ ଆଣିବା ପାଇଁ ଏକ ପ୍ଲାର୍ଟୁନ ପୁଲିସ ଫୋର୍ସ, ପୁଲିସ ଅଧିକାରୀ, ତହସିଲଦାର, ବିଡ଼ିଓ, ଅତିରିକ୍ତ ତହସିଲଦାର ଜେସିବି ମେସିନ ସହ ଘଟଣା ସ୍ଥଳରେ ପହଂଚିଥିଲେ  । ପ୍ରଶାସନ ସହ ପୁଲିସ ଓ ଜେସିବି ମେସିନକୁ ଦେଖି ଯାଗା ଜବରଦଖଲକାରୀ ମହିଳାମାନେ ଜେସିବି ମେସିନ ଆଗରେ ବସି ରହି ବିନା ନୋଟିସରେ ଆମ ଯାଗାକୁ କାହିଁକି ନେଉଛ ବୋଲି ପ୍ରଶ୍ନ କରିଥିଲେ । ପ୍ରଥମେ ଆମକୁ ଯାଗା ଦିଅ ପରେ ଉଛେଦ କର ବୋଲି ଅଡ଼ି ବସିଥିଲେ । କିନ୍ତୁ ପରିସ୍ଥିତି ଏମିତି ଉପୁଜିଥିଲା ଯେ ପ୍ରତିବାଦ କରୁଥିବା ମହିଳାମାନଙ୍କୁ ପୁଲିସ ବଳ ପ୍ରୟୋଗ କରି ଜେସିବି ଆଗରୁ ଉଠାଇଥିଲା  । ଏହି ସମୟରେ ଦୁଇ ମହିଳା ଅସୁସ୍ଥ ହୋଇପଡ଼ିଥିଲେ । ପରିସ୍ଥିତି କୁ ଦେଖି ପ୍ରଶାସନ ୧୦୮ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଡକାଇଥିଲା । ଆମ୍ବୁଲାନ୍ସରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀ ଦୁଇ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ପରୀକ୍ଷା କରି କହିଥିବା ସତ୍ତ୍ୱେ ଉଭୟ କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ନଯିବା ପାଇଁ ଅଡ଼ି ବସିଥିଲେ । ପୁଲିସ ଅସୁସ୍ଥ ଉଭୟ ମହିଳାଙ୍କୁ ଜୋର ଜବରଦସ୍ତ ଆମ୍ବୁଲାନ୍ସରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲା । ପରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ବିରୋଧ ସତ୍ତ୍ୱେ ବ୍ୟାପକ ପୁଲିସ ବଳ ଜବର ଦଖଲକାରୀଙ୍କୁ ଅଟକାଇ ଉକ୍ତ ସ୍ଥାନରେ ରାତି ଅଧିଆ ନିର୍ମାଣ କରିଥିବା ଅସ୍ଥାୟୀ ଘରକୁ ଉଛେଦ କରାଯିବା ସହ ପ୍ରାୟ ଆଠ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ଆଣିବା ପାଇଁ କାର୍ଯ୍ୟରମ୍ଭ କରିଥିଲା ପ୍ରଶାସନ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏହି ସରକାରୀ ଜାଗାକୁ ୪ରୁ ୫ ପରିବାର ଜବରଦଖଲ କରି ରଖିଥିଲେ ।ନୂଆ ସରକାରଙ୍କ ର୍ନିେଶ ମୁତାବକ କିଭଳି ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ତହସିଲ ଦାର ବିଜୟ ସେଠି କହିଛନ୍ତି ।