ଆଖି ବୁଜିଲେ ଖଇରା ବ୍ଲକ କନିଷ୍ଠ ଯନ୍ତ୍ରୀ

 ଖଇରା  : ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଉଷାରାଣୀ ସ୍ୱାଇଁ (୪୨) କଲିକତାର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ସେ ୨୦୨୦ ଜାନୁଆରୀ ମାସରେ ଖଇରା ବ୍ଲକରେ ଯୋଗଦାନ କରିବା ପରେ ଦକ୍ଷତାର ସହ କାର୍ଯ୍ୟ ପରିଚାଳନା କରିଥିଲେ । ଗତ ଦେଢ ବର୍ଷ ଧରି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ କଲିକତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨ରୁ ୩ଦିନ ମଧ୍ୟରେ ତାଙ୍କର କିଡନୀ ପ୍ରତ୍ୟାରୋପଣ ହେବାର ଥିଲା । ଏଭଳି ସ୍ଥିତିରେ ସେ ବୁଧବାର ସନ୍ଧ୍ୟା ୬ଟାରେ ଆଖି ବୁଜିଛନ୍ତି । ତାଙ୍କର ଏଭଳି ମୃତୁ୍ୟ ଖବର ପାଇ ଖଇରା ବ୍ଲକର ସମସ୍ତ କନିଷ୍ଠ ଓ ସହକାରୀ ଯନ୍ତ୍ରୀ ଭଦ୍ରକ ବନ୍ତ ଛକସ୍ଥିତ ବାସଭବନକୁ ଯାଇ ଶେଷଦର୍ଶନ କରିଛନ୍ତି । ଖଇରା ବ୍ଲକ ଜଣେ ଯୋଗ୍ୟତା ସମ୍ପର୍ଣ୍ଣ ଯନ୍ତ୍ରୀଙ୍କୁ ହରାଇଲା ବୋଲି ବିଡିଓ ନାରାୟଣ ସାହୁ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ।