ଟେବୁଲ୍ ଟେନିସ୍ ଟିମ୍ ଘୋଷଣା
ଭୁବନେଶ୍ୱର : ଆସନ୍ତା ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ସୁରଟର ଆଥୱାଲାଇନ୍ସର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଟେବୁଲ ଟେନିସ୍ ଖେଳର ବରିଷ୍ଠ ଆନ୍ତଃରାଜ୍ୟ ଓ ଜାତୀୟ ଟେବୁଲ ଟେନିସ ମହିଳା ଓ ପୁରୁଷ ଟିମ୍ ନାମ ଘୋଷଣା ହୋଇଛି । ପୁରୁଷ ଟିମ୍ରେ ତୋଷିଫ ହକ୍, ଶାସ୍ୱତ ଶାମଲ, ମନିକା ଦାଶ, ତୁଷାର ଚୌହାନ, ଶୁଭେନ୍ଦୁ ସୋ, ତୁହିନ ବାନିକ ଏବଂ ମହିଳା ଟିମ୍ରେ ସ୍ୱେତା ପଦ୍ମା ଦଳେଇ, ନେହା କୁମାରୀ, ମୟୁରୀ ଚାଟାର୍ଜୀ, ଏମବିବି ପଣ୍ଡିତ ଓ ସିକ୍ରିତି ଭଗତଙ୍କ ନାଁ ରହିଛି । ଏଥିରେ ଟିମ୍ର କୋଚ ରହିଛନ୍ତି କାଲୋଲ ଗାଙ୍ଗୁଲି, ପରିଚାଳକ ଡିପି ଦଳାଇ, ରେଫି୍ର କ୍ରିଷ୍ନା କୁମାର, ଆମ୍ପିୟର ଜୀବନ ସାମଲ ଓ ତପନ ଖା ।