ଓଡ଼ିଶାରେ କର୍ଣ୍ଣାଟକ ବିଧାନ ପରିଷଦର ସ୍ୱାଧିକାର ଟିମ୍
ଭୁବନେଶ୍ୱର: : ଓଡ଼ିଶା ଗସ୍ତରେ ଆସିଛନ୍ତି କର୍ଣ୍ଣାଟକ ବିଧାନ ପରିଷଦର ସ୍ୱାଧିକାର କମିଟିର ଏକ ଟିମ୍ । ଏହାର ଅଧ୍ୟକ୍ଷତା କରୁଛନ୍ତି ଏମ୍. ନାଗାରାଜୁ । ସେମାନେ ଆଜି ବିଧାନସଭାଠାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ପ୍ରତିନିଧି ମଣ୍ଡଳି ଓଡ଼ିଶା ବିଧାନସଭାର ସ୍ୱାଧିକାର କମିଟିର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ସମ୍ପର୍କରେ ବିଶଦ ଭାବେ ପଚାରି ବୁଝିବା ସହ ବାଚସ୍ପତିଙ୍କୁ ମଧ୍ୟ କର୍ଣ୍ଣାଟକ ବିଧାନ ପରିଷଦର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଆଲୋଚନା ସମୟରେ ବିଧାନସଭା ସଚିବ ଦାଶରଥି ଶତପଥୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।