ସଂଚାର ସାଥୀ ମୋବାଇଲ ଆପ୍ ଉନ୍ମୋଚନ

 ନୂଆଦିଲ୍ଲୀ : ସମଗ୍ର ଭାରତରେ ଟେଲିକମ୍ ଉପଲବ୍ଧତା, ନିରାପତ୍ତା ଏବଂ ସଶକ୍ତୀକରଣ ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଆଜି କେତେକ ନାଗରିକ କେନ୍ଦ୍ରୀତ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସଂଚାର ସାଥୀ ମୋବାଇଲ ଆପ୍, ନ୍ୟାସନାଲ୍ ବ୍ରଡବ୍ୟାଣ୍ଡ୍ ମିଶନ (ଏନବିଏମ୍) ୨.୦ର ଶୁଭାରମ୍ଭ ।