ଟ୍ରେନରୁ ୭୦ ଲକ୍ଷ ଟଙ୍କା ଜବତ

ଟ୍ରେନରୁ ୭୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ଧର୍ତି ଆବା ସୁପରଫାଷ୍ଟ ଟ୍ରେନରୁ ୭୦ ଲକ୍ଷ ଟଙ୍କା ଜବତ । ପ୍ରଭାତ କୁମାର ସାହୁ ଓ ଉମେଶ ପ୍ରସାଦ ନାମକ ଦୁଇ ଜଣଙ୍କୁ ଅଟକ ରଖିଛି ଜିଆରପି ପୁଲିସ । ସୂଚନା ଅନୁଯାଇ, ଏର୍ଣ୍ଣାକୁଲମରୁ ହଟିଆ ଯାଉଥିବା ଟ୍ରେନରେ ବଲାଙ୍ଗିର ଟିଟିଲାଗଡ଼ ଷ୍ଟେସନରେ  ଜିଆରପି ପୁଲିସ ଚେକିଙ୍ଗି କରୁଥିବା ସମୟରେ ସନ୍ଦେହ କରି ଏକ ବ୍ୟାଗ୍‌କୁ ଚେକ୍‌ କରିଥିଲା । ଚେକିଙ୍ଗି ସମୟରେ ବ୍ୟାଗରୁ ୭୦ ଲକ୍ଷ ଟଙ୍କା ଜବତ କରିଛି । ଏନେଇ ଦୁଇ ଜଣ ଅଟକ ରଖି ପଚରାଉଚରା କରୁଛି ପୁଲିସ ।