ଡାଲଙ୍ଗ ବିଦ୍ୟାଳୟର ବାର୍ଷିକୋତ୍ସବ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଜଗବନ୍ଧୁ ଗାହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାଲଙ୍ଗ ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକ ମୁଖ୍ୟଅତିଥି, ସିଆରସିସି ଗୌରାଙ୍ଗ ପରିଡା ମୁଖ୍ୟବକ୍ତା, ସମିତିସଭ୍ୟା ସୂର୍ଯ୍ୟମଣୀ ମହାପାତ୍ର, ପରିଚାଳନା କମିଟି ସଭାପତି ରମାକାନ୍ତ ପାଢୀ, ୱାର୍ଡସଭ୍ୟା ମମତା ମହାରଣା, ବରିଷ୍ଠ ଶିକ୍ଷୟିତ୍ରୀ ମମତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଞ୍ଜୁଲତା ବେହେରା, ମମତା ମିଶ୍ର, ମଞ୍ଜୁଲତା ପଣ୍ଡା, ଛାତ୍ରୀ ହରପ୍ରିୟା ସାହୁ ଓ ପ୍ରଭାସିନୀ ବେହେରା ପ୍ରମୁଖ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ ।