ପୁଅକୁ ଫେରି ପାଇବା ଅପେକ୍ଷାରେ ବାପାମା'

 କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଜଇପୁରା ଗ୍ରାମର ସେକ ତହସିନଙ୍କ ପୁଅ ସେକ ଅମନ(୧୮) ପର୍ବ ଇଦ୍-ଉଲ-ଜୁହା ଅବସରରେ ଖୁସିରେ ସାଙ୍ଗ ମାନଙ୍କ ସହିତ ପାରାଦ୍ୱୀପ ବୁଲିବାକୁ ଯାଇଥିଲେ । ସମୁଦ୍ରରେ ଗାଧୋଇବା ବେଳେ ଲହଡି ତାଙ୍କୁ ଭିତରକୁ ଟାଣି ନେଇଥିଲା । ତେବେ ଗତ ୨ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନଥିବାରୁ ତାଙ୍କ ପରିବାର ଲୋକ ଏବଂ ବାପା ମାଆ ସମୁଦ୍ର କୂଳରେ ୨ ଦିନ ହେଲା ନିଖୋଜ ପୁଅକୁ ଫେରି ପାଇବା ପାଇଁ ବସି ରହିଛନ୍ତି ।