ମୃତୁ୍ୟର ଗାତ ଖୋଳିଛି ପିଏଚଡ଼ି ବିଭାଗ,  ପାଣି ପାଇଁ ଦେଢମାସ ହେଲା ଖୋଲା ପଡ଼ିଛି ଗାତ


 ବ୍ୟାସନଗର, : ବ୍ୟାସନଗର ପୈାରାଞ୍ଚଳରେ ପାନୀୟ ଜଳର ସମସ୍ୟା କେତେ ଉକôଟ କାହାକୁ ଅଛପା ନୁହେଁ । କିନ୍ତୁ ଦାୟିତ୍ୱରେ ଥିବା ପିଏଚଡ଼ି ବିଭାଗର ଖାମଖିଆଲ ମନୋଭାବରୁ ସହରାଞ୍ଚଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ରାସ୍ତାରେ ଦେଢମାସ ହେଲା ଖୋଳା ହୋଇପଡ଼ିଛି ଗାତ । ପାଣିପାଇପ ଲାଇନ ଖୋଳିବାକୁ ବିଭାଗ ପକ୍ଷରୁ ଦେଢମାସ ତଳେ ଯାଜପୁର ରୋଡ଼ ମେଡ଼ିକାକୁ ଡ଼ାକବଙ୍ଗଳା ପଟରୁ ପଡ଼ିଥିବା ରାସ୍ତାର ଗଣେଶ ବଜାରରେ ଖୋଳା ଯାଇଥିଲା ଗାତ । କର୍ମଚାରୀ ତଳେ ଯାଇଥିବା ପାଇପ ନପାଇ ଚାଲିଗଲେ । ହେଲେ ଗାତକୁ ପୋତିଲେନି । ଗାତଟି ଏବେ ମୃତୁ୍ୟର ଗାଢ ପରି ହୋଇଛି । ଯଦିଓ ସେଭଳି କିଛି ବଡ଼ଧରଣର ଅଘଟଣ ଘଟିନି, କିନ୍ତୁ ଛୋଟ ଦୁର୍ଘଟଣା ଘଟିବାରେ ଲାଗିଛି । ଗଣେଶ ବଜାର ଛକରେ ଖୋଳାଯାଇଥିବା ଗାତଟିରେ ବାଇକ ଆରୋହି, ପଥଚାରୀ ପଡ଼ି କ୍ଷତାକ୍ତ ହେଉଛନ୍ତି । ସଂପୃକ୍ତ ରାସ୍ତାରେ ପ୍ରତ୍ୟେତ ଦିନ ହଜାର ହଜାର ସଂଖ୍ୟାର ଗାଡ଼ି ମୋଟର ଯିବା ଆସିବା କରୁଛି । ମେଡ଼ିକାଲକୁ ରୋଗୀ ନେଇ ଆମ୍ବୁଲାନ୍ସ ହେଉ କି ଗାଡ଼ିରେ ଲୋକେ ଆସୁଛନ୍ତି । ତା ସହ ପ୍ରତି ସମୟରେ ଶତାଧିକ ଲୋକ ଯିବା ଆସିବା କରୁଛନ୍ତି । ଯେଉଁମାନେ ଗାତକୁ ଦେଖିବାଟା ସହଜ ନୁହେଁ । ଏଭଳି କାରଣରୁ ଇତିମଧ୍ୟରେ ଗାତରେ ପଡ଼ି ଅନେକ କ୍ଷତାକ୍ତ ହୋଇଥିବା ସତ୍ୱେ ପିଏଚଡ଼ି ବିଭାଗ ତାହାକୁ ପୋତିବାର ନାଁ ଗନ୍ଧ ଧରୁନି । ଯାହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଦୁର୍ଘଟଣା ବଢିବାର ସମ୍ଭାବନା ଦେଖାଦେଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ସ୍ଥାନୀୟ ଲୋକେ ବିକଳ୍ପ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।