ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର
ଆସିକା: ଭାରତ ଏବଂ ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶକ୍ରମେ ନାରୀ ସଶକ୍ତିକରଣର ପକ୍ଷରୁ ଆସ୍କା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବାଳିକାମାନଙ୍କ ନିଜ ସୁରକ୍ଷା ପାଇଁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଆତ୍ମସୁରକ୍ଷା ତାଲିମ ନାରୀମାନଙ୍କ ପାଇଁ ରକ୍ଷା କବଚ ବୋଲି ଅତିଥି ଓ ପ୍ରଶିକ୍ଷକମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର, କ୍ରୀଡା ଶିକ୍ଷୟିତ୍ରୀ ଇନ୍ଦିରା ଦାସଙ୍କ ତତ୍ତ୍ୱାଧାନରେ ପ୍ରଶିକ୍ଷକ ରୂପେ ନିରୋଜା ରାଣୀ ପାଢ଼ୀ ଓ ଜାନକୀ ରାଉତ ବିଭିନ୍ନ ପ୍ରକାରର କୌଶଳ ମାଧ୍ୟମରେ ଏହି ଆତ୍ମସୁରକ୍ଷା କୌଶଳ ପ୍ରଦାନ କରୁଛନ୍ତି । ବିଦ୍ୟାର୍ଥୀମାନେ ଯେପରି କୌଣସି କ୍ଷେତ୍ରରେ ଅସୁରକ୍ଷିତ ରହିବେ ନାହିଁ, ସେଥିପାଇଁ ତାଲିମ ଜାରି ରଖିଛନ୍ତି । ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଇଲାକାର ବାଲିଛାଇ, ଖଣ୍ଡବନ୍ଧ, ପୁଡୁଗେଶ୍ୱେର ପଲ୍ଲୀ ଓ ବାଳିକା ଉଚ୍ଚବିଦ୍ୟାଳୟର ଅଧ୍ୟୟନରତ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାଦାନ ଦିଆଯାଉଛି ।