ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ବନମାଳିପ୍ରସାଦ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ୧୦ମବାର୍ଷିକ ଉତ୍ସବ ଡାଜଲିଙ୍ଗ ଡିସେନିୟମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗରପାଳ ଜୟନ୍ତୀ ପାତ୍ର ଯୋଗଦାନ କରିଥିବାବେଳେ ପୂର୍ବତନମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ, ବିଦ୍ୟାଳୟ ପ୍ରୋଭାଇସ୍ ଚେୟାରମ୍ୟାନ ବିନୋଦ ଦାଶ, ଟ୍ରଷ୍ଟି ଅନିତା ପାଢୀ, ନିଦେ୍ର୍ଦଶକ ଡ. ଲଗ୍ନଜିତ ଦାଶ, ସିନର୍ଜୀ ବିଏସସି ନର୍ସିଂ ଅଧ୍ୟକ୍ଷ ଜେ. ଶିବକାମର ଏବଂ ରଣେନ୍ଦ୍ର ପ୍ରତାପ ସିଂହଦେଓ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ୧୦ବର୍ଷର ଜୟଯାତ୍ରା ସଂପର୍କରେ ଡକୁ୍ୟମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଓଡିଶୀ ନୃତ୍ୟ, ଫୁଜନ, କାଳୀ ତାଣ୍ଡବ, ସଙ୍ଗୀତ, ନାଟକ ଆଦି ପରିବେଷଣ କରିଥିଲେ । ଏହି ଅବସରରେ ଗତବର୍ଷ ଦଶମ ଓ ଦ୍ୱାଦଶଶ୍ରେଣୀରେ ୯୦ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଓ ଅବିଭାବକ, ଶତପ୍ରତିଶତ ଉପସ୍ଥିତ ଛାତ୍ରଛାତ୍ରୀ, ଜାତୀୟସ୍ତରରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।