ହିନେ୍ଦାଳ ଏନଏସିର ସାଧାରଣସଭା
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବିଜ୍ଞାପିତ ପରିଷଦ ଅଞ୍ଚଳର ଦ୍ୱାଦଶତମ ସାଧାରଣ ସଭା ମଙ୍ଗଳବାର ଏନଏସି ସଭାଗୃହରେ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଏବଂ ସମ୍ମାନିତଅତିଥି ଭାବେ ହିନେ୍ଦାଳ ବିଧାୟିକା ସିମାରାଣୀ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୈଠକରେ ଏନ୍ଏସିର ସମସ୍ତ କାଉନସିଲର ଯୋଗଦେଇଥିବା ବେଳେ ଏନଏସିର ଉନ୍ନତିମୂଳକ କାର୍ଯ୍ୟ ଯଥା ଟେଣ୍ଡର ଛାଡ଼ିବା, ଅଫିସ ପ୍ରୋଭାଇଡର ଅବଧି ବଢ଼ାଇବା, ୱାର୍ଡରେ ଇଲେକ୍ଟ୍ରିକ ଖୁଣ୍ଟ ପାଇଁ ଏପି, ଏମଏଲଏ ଲ୍ୟାଡ୍ ପ୍ରଦାନ କରିବାକୁ ଦାବି ରଖାଯାଇଥିଲା । ସେହିପରି ନୂତନ ଭତ୍ତା ପାଇଁ ସରକାରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଥିଲା । ବିଧାୟିକା ହିନେ୍ଦାଳ ବ୍ଲକ ଏନଏସି ମଧ୍ୟ ଭାଗରେ ଏକ ଇଣ୍ଡଷ୍ଟ୍ରିଜ୍ କରାଇବାର ପ୍ରସ୍ତାବ ସାଂସଦଙ୍କୁ ଦେବାସହ ସହିତ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଯାଇଥିଲେ । ୱାର୍ଡ ନଂ ୧୫ରେ ମୋବାଇଲ ଟାୱାର, ଚଣାବାରିଆରୁ ୱାର୍ନଂ ୬, ୱାର୍ଡ ନଂ ୧ରୁ ୱାର୍ଡ ନଂ ୨, ମେଡିକାଲ ଛକ ୱାର୍ଡ ୮ରୁ ରଙ୍କଇମନ୍ଦିର ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ପାଇଁ ସାଂସଦ ବିଧାୟିକାଙ୍କୁ ଅନୁରୋଧ କରାଯାଇ ପ୍ରସ୍ତାବ ପାରିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏନଏସି ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ପରିଚାଳନା କରିଥିଲେ ।