ଦିଲ୍ଲୀ ବିଧାନସଭା: ୬ଟି ଭାଷାରେ ଶପଥ 

ନୂଆଦିଲ୍ଲୀ : ସୋମବାର ନୂଆଦିଲ୍ଲୀରେ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଆଜି ବହୁ ବିଧାୟକମାନେ ନିଜ ପସନ୍ଦରେ ନିଜ ମାତୃଭାଷା ଏବଂ ଇଂରାଜୀରେ ଶପଥଗ୍ରହଣ କରିଥିଲେ । ଗୃହରେ ବିଧାୟକମାନେ ହିନ୍ଦୀ, ଇଂରାଜୀ, ସଂସ୍କୃତ, ଉର୍ଦ୍ଦୁ, ମୈଥିଲୀ ଏବଂ ପଞ୍ଜାବୀ ଭାଷାରେ ଶପଥ ଗ୍ରହଣ କରିଥିବା ଯୋଗୁ ଆଜି ବିଧାନସଭାରେ ଭାଷା ବିବିଧତାର ମାହୋଲ ଦେଖିବାକୁ ମିଳିଥିଲା । 
ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ବିଜେପି ବିଧାୟକ ଅରବିନ୍ଦ ସିଂ ଲଭ୍ଲୀ ୮ମ ବିଧାନସଭାର ବାଚସ୍ପତି ଭାବେ ରାଜନିବାସ ଠାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ ସେଠାରୁ ଶ୍ରୀ ସିଂ ବିଧାନସଭା ଆସି ସମସ୍ତ ବିଧାୟକଙ୍କୁ ଶପଥପାଠ କରାଇଥିଲେ । ଏହି କ୍ରମରେ ୬ଜଣିଆ କ୍ୟାବିନେଟ୍ ପାହ୍ୟାର ମୁଖ୍ୟ ଭାବେ ପ୍ରଥମେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶପଥ ପାଠ କରିଥିବା ବେଳେ ତାଙ୍କ ପଛକୁ ପିଡବ୍ଲୁଡି ମନ୍ତ୍ରୀ ପରବେଶ ସାହିବ ସିଂ, ଗୃହମନ୍ତ୍ରୀ ଆଶିଷ ସିଂ ସୁଦ, ପରିବେଶ ମନ୍ତ୍ରୀ ମନ୍ଜିଦର୍ ସିଂ ଶିର୍ଶା (ପଞ୍ଜାବୀ ଭାଷା), ଆଇନମନ୍ତ୍ରୀ କପିଲ ମିଶ୍ର (ସଂସ୍କୃତ) ପ୍ରମୁଖ ନିଜ ପସନ୍ଦର ଭାଷାରେ ଶପଥ ନେଇଥିଲେ । ଏହାପରେ ଅନ୍ୟ ବିଧାୟକମାନେ ନିଜ ନିଜ ଭାଷାରେ ଶପଥ ଗ୍ରହଣ କରିଥିଲେ ।