୧୯ ଜଣଙ୍କୁ ମାରିଦେଲା ମଦୁଆ ଟ୍ରକ ଡ୍ରାଇଭର 

୧୯ ଜଣଙ୍କୁ ମାରିଦେଲା ମଦୁଆ ଟ୍ରକ ଡ୍ରାଇଭର 

ଜୟପୁର : ପୁଣି ରାଜସ୍ଥାନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଟେମ୍ପୋ ଟ୍ରାଭେଲର ଧକ୍କା ଦେବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଜଣେ ମଦୁଆ ଟ୍ରକ ଡ୍ରାଇଭର ୫ କିଲୋମିଟର ପର୍ଯ୍ୟନ୍ତ କାର୍‌ ଓ ବାଇକକୁ ପିଟିବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ହୋଇଛନ୍ତି ।

      ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଲୋହାମନ୍ଦି ରୋଡ଼ରେ ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ଅନେକ କାର ଓ ବାଇକକୁ ପିଟିଥିଲା । ଦୁର୍ଘଟଣା ଘଟୁଥିଲେବି ଟ୍ରକ କିନ୍ତୁ ସେମିତି ଆଗକୁ ବଢ଼ିଥିଲା । ଡ୍ରାଇଭର ଜଣଙ୍କ ପ୍ରବଳ ନିଶାରେ ଥିବାରୁ ଟ୍ରକ ଆଗକୁ ଯିଏ ଆସିଲା ତାହା ଚକ ତଳେ ଚାପି ହୋଇଯାଇଥିଲା । ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଟ୍ରକ ଡ୍ରାଇଭର ତାଣ୍ଡବ ରଚି ଚାଲିଥିଲା । ତେବେ ଏକ ବଡ଼ ଧରଣର ଦୁର୍ଘଟଣା ପରେ ଟ୍ରକଟି ଆପେ ରହି ଯାଇଥିଲା । ଦୁର୍ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଟିମ୍‌ ଓ ସ୍ଥାନୀୟ ପୁଲିସ ପହଁଚିଥିଲେ । ଗୁରୁତର ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପୁଲିସ୍‌ ଡ୍ରାଇଭରକୁ ଅଟକ ରଖିବା ସହ ତା’ର ମେଡ଼ିକାଲ ଟେଷ୍ଟ କରିଛି । ଅପରପକ୍ଷରେ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଜାରିରହିଛି ।