ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଲାଇନ ସାହି ସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡ଼ିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମର ପ୍ରତାପ କୁମାର ମିଶ୍ର ଆଜି ଛତ୍ରପୁର ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ୨ ଲକ୍ଷ ଟଙ୍କା ଉଠେଇ ନିଜ ଡ଼ିକିରେ ରଖିଥିଲେ । ପରେ ଧାନ ଟଙ୍କା ଉଠାଇବା ପାଇଁ ଛତ୍ରପୁର ଲାଇନ ସାହି ସ୍ଥିତ ବନ୍ଧ ନିକଟରେ ଥିବା ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିମିଟେଡ଼ ଛତ୍ରପୁର ଶାଖାକୁ ଧାନ ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ସମବାୟ ବ୍ୟାଙ୍କ ପାଖରେ ନିଜ ଗାଡି ରଖି ସମବାୟ ବ୍ୟାଙ୍କକୁ ଯାଇଥିଲେ । ସେ ଫେରିଲା ପରେ ଗାଡି ଡ଼ିକି ଦେଖିଲା ବେଳକୁ ତାଙ୍କ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ସେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ କରିବା ସହିତ ସିସି ଟିଭି ଫୁଟେଜ ଯାଞ୍ଚ କରିଛନ୍ତି ।