ଏଫବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଲେ କାସ ପଟେଲ

ଏଫ୍‌ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ ।  ହେଲେ ସେ ଯେପରି ଭାବେ ଶପଥ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେତେବେଳେ ସେ ଶପଥ ନେବା ପାଇଁ ପହଞ୍ଚିଥିଲେ ସେତେବେଳେ ତାଙ୍କ ହାତରେ ଭଗବତ ଗୀତା ରହିଥିଲା ।  ଶପଥ ନେବା ବେଳେ ସେ  ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ନବମ ଏଫ୍‌ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ । କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି ।