ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଶୁଭାରମ୍ଭ, ଜିଲ୍ଲାସ୍ତରୀୟ ଶପଥପାଠ କାର୍ଯ୍ୟକ୍ରମ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଶୁଭାରମ୍ଭ, ଜିଲ୍ଲାସ୍ତରୀୟ ଶପଥପାଠ କାର୍ଯ୍ୟକ୍ରମ


ଭଦ୍ରକ - ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ରାଜ୍ୟସ୍ତରର ଏହି କାର୍ଯ୍ୟକ୍ରମ ସହିତ ଆଭାସି ଜରିଆରେ ଯୋଡ଼ି ହୋଇ ଓସ୍ୱାନ୍୍ ପ୍ଲାଟଫର୍ମରେ ଜିଲ୍ଲାପାଳ ଦିଲୀପ୍ ରାଉତ ରାଏ, ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ସମସ୍ତ ଡ଼େପୁଟୀ କଲେକ୍ଟର ଓ ଅନ୍ୟ ଅଧିକାରୀମାନେ ଶପଥ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ସଦ୍ଭାବନା ସଭାଗୃହରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ଶପଥ ପାଠକୁ ଜୀବନାଦର୍ଶରେ ଅନୁସରଣ କରିବା ନେଇ ଆମ ସମସ୍ତଙ୍କର ନିଷ୍ଠା ଓ କର୍ତବ୍ୟ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ । ଶପଥ ପତ୍ର ପାଠ କରି ସମସ୍ତଙ୍କୁ ଶପଥ କରାଇଥିଲେ । କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଏସ୍.ପି., ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଳ, ସାଗରିକା ସାହୁ, ପ୍ରମିଳା ମଲ୍ଲିକ୍ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ରେ ୱସ୍ୱାନ୍ ପ୍ଲାଟଫର୍ମରେ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟକି ଏହି ସପ୍ତାହ ପାଳନ ଉପଲକ୍ଷେ ବ୍ଲକ୍ ଓ ଜିଲ୍ଲାସ୍ତରରେ ଓଡ଼ିଆ ଭାଷାରେ “ସତ୍ୟ-ନିଷ୍ଠା ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ମୂଳଭିତି” ବିଷୟରେ ବକ୍ତୃତା ଓ ଦୁର୍ନୀତି ନିବାରଣ ସଚେତନତା ନେଇ ବ୍ୟଙ୍ଗାତ୍ମକ ଚିତ୍ରାଙ୍କନ କାର୍ଯ୍ୟକ୍ରମ ବ୍ଲକ୍ ଓ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ । ଏହି ସଚେତନତା ଉଦେ୍ଦଶ୍ୟରେ ନଭେମ୍ବର ୨ ରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଓ ଶେଷରେ ଉଦ୍ୟାପନୀ ଉସôବରେ ସଚେତନତା ମୂଳକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ପ୍ରକାଶଥାଉକି ଭଦ୍ରକ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟରତ ଡ଼ି.ଏସ୍.ପି. ଦୁଷ୍ମନ୍ତ କୁମାର ନାୟକଙ୍କୁ ସର୍ବୋତମ ତଦନ୍ତ ଅଧିକାରୀ ରୂପେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ଉଦ୍ଘାଟନୀ ଉସôବରେ ସମ୍ବର୍ଦ୍ଧିତ କରାଯାଇଛି ।