ଦୁର୍ଘଟଣାରେ ବାଇକ ଆରୋହୀ ମୃତ

 ଭଣ୍ଡାରିପୋଖରୀ  : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କହରାପୋଖରୀ ନିକଟରେ ଅପରାହ୍ନ ୫ଟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି  । ମୃତ ବ୍ୟକ୍ତିଙ୍କ ନିକଟରେ ଥିବା ଏକ ଡ୍ରାଇଭିଂ ଲାଇସେନ୍ସରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରାର ନିଶ୍ଚିନ୍ତଶାସନ ପୁଟୁଲିଙ୍ଗାର ସୁରେନ୍ଦ୍ରନାଥ କଣ୍ଠ ଉଲ୍ଲେଖ ରହିଛି  । ଦୁର୍ଘଟଣା ପରେ ବାଇକ ଆରୋହୀଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି  ।