ରାହାସ ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ପାଳିତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀର ପୁରପଲ୍ଲୀରେ ରାସ ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ପାଳନ ହୋଇଯାଇଛି । ଶୁକ୍ରବାର ପ୍ରତୁ୍ୟଷରେ ବୈତରଣୀ ନଦୀ, ରେବ, କପାଳୀ, ନୂଆନଈ, ପୁଷ୍କରିଣୀ ଆଦି ଜଳଉସô ଗୁଡିକରେ ଆବାଳବୃଦ୍ଧବନିତା ପବିତ୍ର ବୁଡ ପକାଇ ପ୍ରାଚୀନ ଉକôଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ କଦଳୀ ପଟୁଆ ବା ସୋଲ ନିର୍ମିତ ଡଙ୍ଗା ବନ୍ଦାପନା କରିବା ପରେ ଏହାକୁ ଭସାଇ ଆ-କା-ମା-ବୈ... ଉଚ୍ଚାରଣ କରିଥିଲେ । ଝିଅବୋହୂମାନେ ତୁଳସୀ ଚଉରା ସମ୍ମୁଖରେ ମୁରୁଜରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଚିତ୍ର ଆଙ୍କି ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଦେବାଳୟରେ ହବିଷ୍ୟାଳିମାନେ ଆଜିର ହବିଷ ଭୋଜନକରି ପ୍ରଭୁ କୃପା ଲାଭ କରିଥିଲେ । ଭକ୍ତମାନେ ସାରାଦିନ ଭଜନ କିର୍ତ୍ତନରେ ଦେବାଳୟରେ ସମୟ ଅତିବାହିତ କରିଥିଲେ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଛି । ସାତସୋଳା, କୁଲଣା, ମଞ୍ଜୁରୀରୋଡ ଜଗନ୍ନାଥ ମନ୍ଦିର, ରହଣିଆର ମା’ମଙ୍ଗଳପୀଠ ଓ କଚେରୀ ସାହି ଠାରେ ନବନିର୍ମିତ ମହାଦେବ ପୀଠରେ ଶିବପୁରାଣ ପାଠ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଜଗନ୍ନାଥପ୍ରସାଦରେ ରାହାସ ଉସôବ ଅବସରରେ କୁଞ୍ଜ ନିର୍ମାଣ କରାଯାଇ ଉସôବ ପାଳନ କରାଯାଉଛି । ଏତଦ୍ବ୍ୟତୀତ ମାଳଦାର ଧବଳେଶ୍ୱର ମନ୍ଦିର, ବନ୍ଦାଳୋ, ବିଶୋଳ ଆଦି ବିଭିନ୍ନ ଗ୍ରାମରେ ଥିବା ଶିବମନ୍ଦିର ଠାରେ ସୋମବାର ବଡ଼ଓଷା ଅବସରରେ ଶିବପୂଜା ଅନୁଷ୍ଠିତ ହେବା ସହ ଭଜନ କିର୍ତ୍ତନର ଆୟାଜନ କରାଯାଇଛି । ରାଜେନ୍ଦ୍ରପୁରସ୍ଥିତ ଗିରିଗୋବର୍ଦ୍ଧନ ମଠ ଓ ମୁଢ଼ାପଦାସ୍ଥିତ ମହାବୀର ମନ୍ଦିରରେ ନାମସଙ୍କିର୍ତ୍ତନ ସହ ଭଜନକିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି ।
ବନ୍ତ: ପବିତ୍ର ରାହାସ ପୂର୍ଣ୍ଣିମା ପାଇଁ ବସନ୍ତିଆ ଚଳଚଞ୍ଚଳ ହୋଇଉଠିଛି ଓ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବନ୍ତ ବ୍ଲକ ଅନ୍ତର୍ଗତ ବସନ୍ତିଆ ଠାରେ ଧୁମ୍ ଧାମରେ ୭ଦିନ ଧରି ପାଳିତ ହେବ ପ୍ରସିଦ୍ଧ ବୋଇତ ବନ୍ଦାଣ ଉସôବ ତଥା କାର୍ତ୍ତିକ ପୂର୍ଣ୍ଣିମା । ଦୀର୍ଘ ୩୧ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଉସôବକୁ ଆଡ଼ମ୍ବରର ସହ ପାଳନ ପାଇଁ ଲାଗି ପଡ଼ିଛନ୍ତି ଫ୍ରେଣ୍ଡସ ୟୁଥ୍ କ୍ଲବ୍ ଏବଂ ମାଆ ମଙ୍ଗଳା ଯୁବକ ସଂଘର କର୍ତ୍ତୃପକ୍ଷ । ବସନ୍ତିଆ ଠାରେ ଅବସ୍ଥିତ ଥିବା ସୁଦୀର୍ଘ ଚୌଧୁରୀ ପୁଷ୍କରିଣୀର ଉଭୟ ପାର୍ଶ୍ୱରେ ଫ୍ରେଣ୍ଡସ ୟୁଥ କ୍ଲବ ଓ ମା’ମଙ୍ଗଳା ଯୁବକ ସଂଘ ପକ୍ଷରୁ ଏହି ଉସôବ ଅନୁଷ୍ଠିତ ହେଉଛି । ଏଥିପାଇଁ ପୁଷ୍କରିଣୀର ଉଭୟ ପାର୍ଶ୍ୱରେ ନିର୍ମିତ ହୋଇଛି ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତି ସହ ସୁନ୍ଦର ୨୫ ଫୁଟର ଦୁଇ ବୋଇତ । ଅନ୍ୟପକ୍ଷରେ ଏହାକୁ ଅଧିକ ଆକର୍ଷଣୀୟ କରିବା ସହ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ପାର୍ଶ୍ୱ ବାରୁଆଳି ନିର୍ମାଣ ଆକର୍ଷଣୀୟ ତୋରଣ ସହ ସମଗ୍ର ବଜାର ଅଞ୍ଚଳକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଚଳିବର୍ଷ ଏହି ସ୍ଥାନରେ ଦର୍ଶକ ମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଯାଜପୁର, କୁଆଖିଆ, ଜାରକା, ପାଣିକୋଇଲି, ଚାନ୍ଦବାଲି, ଭଦ୍ରକ ଆଦି ଅଞ୍ଚଳରୁ ବିଭିନ୍ନ ବ୍ୟବସାୟୀ ମାନେ ଏହି ସ୍ଥାନକୁ ଆସି ବ୍ୟବସାୟ କରିବାକୁ ବହୁ ଆଶା ପୋଷଣ କରିଥିବା ବେଳେ ଏହି ସ୍ଥାନରେ ମଧ୍ୟ ବିଭିନ୍ନ ଦୋଳି ଲଗାଯାଇଛି । ଏହି ଉସôବ ୭ ଦିନ ଧରି ଚାଲିବାକୁ ଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବରୀ : ବରୀ ବ୍ଲକ କିମ୍ବିରିଆପାଳ ପଞ୍ଚାୟତ ଗୋବିନ୍ଦାବାଟି ଗ୍ରାମର ସବୁବର୍ଷ ମାନଙ୍କ ପରି ଚଳିତବର୍ଷ ଗୋବିନ୍ଦା ବାଟି କାର୍ତ୍ତିକେଶ୍ୱର ପୂଜା କମିଟି ଆନୁକୂଲ୍ୟରେ ୧୭ ତମ କାର୍ତ୍ତିକେଶ୍ୱର ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ କଳସପୂଜା ସାଙ୍ଗକୁ ଓ ଷୋଡଶ ଉପଚାର ପୂଜା ସହିତ ହୋମ ଯଥାବିଧି ସହାକାରେ ପାଳିତ ହୋଇଥିଲା । ଆଖପାଖ ଅଞ୍ଚଳରୁ ବହୁ ସଂକିର୍ତ୍ତନ ସାଙ୍ଗକୁ ବିଭୁକୃପା ଲାଭ ସହିତ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୂଜାକମିଟିର କର୍ମକର୍ତ୍ତା ସହିତ ଗ୍ରାମବାସୀ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।
ଧାମନଗର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପୁଷ୍କରିଣୀ, ନଦୀ, ନାଳ, ସବୁଠି ଆ କା ମା ବୈ,