ଧର୍ମପରାୟଣା ମହିଳାଙ୍କ ପରଲୋକ

ବେତନଟୀ: ବେତନଟୀ ପଞ୍ଚାୟତ ସମିତି ଅନ୍ତର୍ଗତ ସଠିଲୋ ଗ୍ରାମର ଡମ୍ବରୁଧର ବେହେରାଙ୍କ ସହଧର୍ମିଣୀ ଶାନ୍ତିଲତା (୭୩)ଙ୍କର ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ, ପରୋପକାରୀ ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତୁ୍ୟଖବର ପାଇଁ ବେତନଟୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ବଡ଼ବୋହୂ, ସାନବୋହୂଙ୍କ ସମେତ ନାତିନାତୁଣୀ ଉପସ୍ଥିତ ଥିଲେ । ଶ୍ରୀମତୀ ବେହରାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।