କୃଷି ଯନ୍ତ୍ରପାତି ମେଳା
ବାଙ୍କୀ: କୃଷି ଓ କୃଷକ ପ୍ରସସ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ବାଙ୍କୀ ଉପଖଣ୍ଡସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦ୍ୟାପିତ ହୋଇଯାଇଛି । ଆଜିର ଉଦ୍ୟାପନୀ ଦିବସରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି, ବାଙ୍କୀ ନଗରପାଳ ମାଣିକ ସାହୁ ସମ୍ମାନିତ ଅତିଥି, ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ କୃଷି ଯନ୍ତ୍ରପାତି ପ୍ରଦର୍ଶନ, ବିତରଣ ଓ କୃଷି ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଉନ୍ନତମାନର ଆଧୁନିକ ଜ୍ଞାନକୋ÷ଶଳ ପ୍ରୟୋଗ କରି ନିର୍ମିତ ହୋଇଥିବା କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରୟ ତଥା ବ୍ୟବାହାରିକ ପ୍ରଣାଳୀ ଏବଂ କ୍ରୟ ଉପରେ ସରକାରୀ ରିହାତିର ସୁବିଧା ଉପଲବ୍ଧ ହୋଇଥିଲା । ଏହି ସବୁକୁ ଦୃଷ୍ଟିରେ ରଖି ଚାଷୀଭାଇମାନେ ସେମାନଙ୍କ ଚାହିଦା ମୁତାବକ ବିଭିନ୍ନ ଯନ୍ତ୍ରପାତି କ୍ରୟ କରିଥିଲେ । ଆଜିର ଅନ୍ତିମ ଦିବସରେ କମ୍ପାନୀ ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ବିଶ୍ୱନାଥ ଦାସ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।