ଖଣ୍ଡପଡ଼ାରେ ପ୍ରସ୍ତୁତି ପଥେ ‘ରଥ’      

ଖଣ୍ଡପଡ଼ା : ଖଣ୍ଡପଡ଼ା ସହର ସମେତ ଖଳିସାହି ମର୍ଦ୍ଦରାଜପୁର ଠାରେ ଶ୍ରୀ ଜୀଉଙ୍କ ପବିତ୍ର ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ  ଆଗେଇ ଚାଲିଛି । ଖଣ୍ଡପଡ଼ା ସହରର ରଥଗଡା ଛକରେ ମହାରଣା ସେବକମାନଙ୍କ ମାନଙ୍କ ଦ୍ୱାରା ୨ଟି ରଥ ନିର୍ମାଣ କରାଯାଉଥିବା ଜଣାପଡିଛି । ଖଣ୍ଡପଡ଼ା ରାଜ ପରିବାର ଦ୍ୱାରା ପରିଚାଳିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଏକକ ଜଗନ୍ନାଥଜୀଉଙ୍କ ନିମନ୍ତେ ଗୋଟିଏ ରଥ ନିର୍ମାଣ କରାଯାଉଥିବା ବେଳେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରର ପାର୍ଶ୍ୱଦେବତା ଭାବେ ପୂଜା ପାଉଥିବା ପ୍ରଭୁ ପତିତପାବନଙ୍କ ଘୋଷଯାତ୍ରା ନିମନ୍ତେ ଦେବୋତ୍ତର ବିଭାଗ ପକ୍ଷରୁ ଆଉ ଏକ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଣାଯାଇଛି  । ଆସନ୍ତା ୨୭ ତାରିଖରେ ଶ୍ରୀଜୀଉଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ନିମନ୍ତେ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।