ଧାନ ବିଲରେ ଜଳି ଚାଷୀଙ୍କ ମୃତ୍ୟୁ
ଧାନ ବିଲରେ ଜଳିଗଲେ ଚାଷୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ସୁନାମୁହିଁ ଗାଁରେ । ବିଲରୁ ଚାଷୀଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି । ଧାନ ଅମଳ ପରେ କୁଟା ଜାଳିବା ସମୟରେ ନିଆଁ ତାଙ୍କୁ ଘେରିଯାଇଥିଲା । ଫଳରେ ସେ ବାହାରିପାରି ନ ଥିଲେ । ସେହି ନିଆଁରେ ଜଳି ଯାଇଥିଲେ । ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପିପିଲି ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।