ବଏଲର୍ ପ୍ଲାଣ୍ଟ ସୁରକ୍ଷିତ ପରିଚାଳନା କର୍ମଶାଳା ଉଦ୍ଘାଟିତ
ଭୁବନେଶ୍ୱର : ରାଜ୍ୟର ଶିଳ୍ପ ପ୍ରତିଷ୍ଠାନମାନଙ୍କରେ ଅବସ୍ଥାପିତ ବଏଲର୍ (ବାଷ୍ପୀତ୍ର) ପ୍ଳାଣ୍ଟ ଗୁଡ଼ିକର ସୁରକ୍ଷା ସୁନିଶ୍ଚିତ, ଚାଳନ ପଦ୍ଧତିକୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହାକୁ ଭିତ୍ତି କରି ରାଜ୍ୟ ଶ୍ରମ ସଂସ୍ଥାନରେ ଆଜି ବଏଲର୍ ଅପରେସନ୍ ଇଂଞ୍ଜିନିୟର୍ମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ପୂର୍ବାହ୍ଣରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ଶାସନ ସଚିବ ନିତି ରଞ୍ଜନ ସେନ ଯୋଗ ଦେଇ କର୍ମଶାଳା ଉଦ୍ଘାଟନ କରିଥିଲେ । ସମ୍ମାନିତଅତିଥି ଭାବେ କାରଖାନା ଏବଂ ବାଷ୍ପୀତ୍ର ନିଦେ୍ର୍ଦଶାଳୟର ସଦର ମହକୁମା ଠାରେ ଅବସ୍ଥାପିତ ଉପ ନିଦେ୍ର୍ଦଶକ ସୁରକ୍ଷା ଡଃ ମଳୟ ପ୍ରଧାନ ଏବଂ ସମ୍ବଲପୁର ମଣ୍ଡଳ ଉପନିଦେ୍ର୍ଦଶକ ସ୍ୱରୂପ ଜେନା ତାଲିମ କର୍ମଶାଳାରେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ୫୫ ଜଣ ଯନ୍ତ୍ରୀଙ୍କୁ ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।