ପୁଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ !

ପୁଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ । ବାଣପୁର ପୁଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତର ମୃତ୍ୟୁ ନେଇ ଅଭିଯୋଗ ହୋଇଛି । ଚୋରା ମଦ କାରବାର ଅଭିଯୋଗରେ ବାଣପୁର ପୁଲିସ ରାତିରେ ଦାଶରଥିପୁର ଗାଁର ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଅସୁସ୍ଥ ହେବାରୁ ସକାଳେ ପ୍ରଥମେ ବାଣପୁର ଓ ପରେ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ପହଞ୍ଚିଲା ବେଳକୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ତେବେ ପରିବାର ଲୋକେ ପୁଲିସ ହେପାଜତରେ ମୃତ୍ୟୁ ନେଇ ଅଭିଯୋଗ କରିଛନ୍ତି । ତେବେ, ପୁଲିସ ଆମ୍ବୁଲାନ୍ସରେ ନଆଣି ନିଜ ଭ୍ୟାନରେ କାହିଙ୍କି ଆଣିଲା ବୋଲି ତାକୁ ନେଇ ପ୍ରଶ୍ନ ଉଠିଛି ।